ଥାଇଲ୍ୟାଣ୍ଡ ଓପନ୍‌: ଦ୍ବିତୀୟ ରାଉଣ୍ଡରେ ଅଶ୍ବିନୀ-ସାତ୍ବିକ, ପ୍ରଥମ ରାଉଣ୍ଡରୁ ବିଦା ହେଲେ ପି.ଭି ସିନ୍ଧୁ ଓ ସାଇ ପ୍ରଣୀତ

Published By : Prameya-News7 Bureau | January 12, 2021 IST

ବ୍ୟାଙ୍କକକ୍‌ ୧୨/୦୧: ବିଶ୍ବ ଚାମ୍ପିୟନ ପିଭି ସିନ୍ଧୁ ଅନ୍ତରାଷ୍ଟ୍ରୀୟ ବ୍ୟାଡ୍‌ମିଣ୍ଟନକୁ ଫେରିବା ସହ ପ୍ରଥମ ରାଉଣ୍ଡରେ ପରାଜୟ ସ୍ବିକାର କରିଛନ୍ତି। ସିନ୍ଧୁ ଥାଇଲ୍ୟାଣ୍ଡ ଓପନ ସୁପର ୧୦୦୦ ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍‌ରେ ଡେନମାର୍କର ମିୟା ବ୍ଲିଚ୍‌ଫେଲ୍ଟଙ୍କ ପାଖରୁ ୩ଟି ଗେମରେ ହାରିଛନ୍ତି।

କରୋନା ମହାମାରୀ ଯୋଗୁ ଅନ୍ତରାଷ୍ଟ୍ରୀୟ କ୍ୟାଲେଣ୍ଡର ବାଧିତ ହୋଇଥିବାରୁ ଦୀର୍ଘ ଦିନ ପରେ ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ସିନ୍ଧୁ ଖେଳକୁ ଫେରିଥିଲେ। ପ୍ରଥମ ରାଉଣ୍ଡରେ ୭୪ ମିନିଟ୍‌ ଚାଲିଥିବା ମୁକାବିଲାରେ ସିନ୍ଧୁଙ୍କୁ ୧୬-୨୧, ୨୬-୨୪, ୨୧-୧୩ରେ ମିୟା ହରାଇ ଦେଇଛନ୍ତି। ଏହା ସହ ଭାରତ ପାଇଁ ମହିଳା ସିଙ୍ଗଲ ଚ୍ୟାଲେଞ୍ଜର ମଧ୍ୟ ସମାପ୍ତ ହୋଇଛି। କାରଣ ସାଇନା ନେହ୍ବାଲ କରୋନା ପଜିଟିଭ ଚିହ୍ନଟ ହେବା ପରେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛନ୍ତି।

ଅନ୍ୟପଟେ ପୁରୁଷ ସିଙ୍ଗଲରେ ବିଶ୍ବର ୧୩ ନମ୍ବରରେ ଥିବା ଖେଳାଳି ବି ସାଇ ପ୍ରଣୀତଙ୍କୁ ଥାଇଲ୍ୟାଣ୍ଡର କେଣ୍ଟାଫୋନ୍‌ ଓାଙ୍ଗଚାରୋନ ହରାଇ ଦେଇଛନ୍ତି। ପ୍ରଶୀତଙ୍କୁ ୧୬-୨୧, ୧୦-୨୧ରେ ପରାଜୟ ସ୍ବିକାର କରିବାକୁ ପଡ଼ିଛି। ଏହା ପୂର୍ବରୁ ଡବଲ୍ସରେ ସାତ୍ବିକ୍‌ ସାଇରାଜ ଓ ଅଶ୍ବିନୀ ପୋନପ୍ପା ଇଣ୍ଡୋନେସିଆର  ହାଫିଜ ଫୈଜଲ ଓ ଗ୍ଲୋରିଆ ବିଜାଜାଙ୍କୁ ୨୧-୧୧, ୨୭-୨୯, ୨୧-୧୬ରେ ମାତ ଦେଇଛନ୍ତି।

ପି ଭି ସନ୍ଧୁ ଆରମ୍ଭରୁ ଭଲ ଖେଳିବା ସହ ୬-୩ରେ ଆଗୁଆ ଥିଲେ। ପ୍ରଥମ ଗେମ୍‌ରେ ସେ ବିପକ୍ଷ ଖେଳାଳିଙ୍କୁ କୌଣସି ମଉକା ଦେଇନଥିଲେ। ଦ୍ବିତୀୟ ଗେମ୍‌ରେ ସେ ୧୧-୮ରେ ଆଗୁଆ ମଧ୍ୟ ଥିଲେ। କିନ୍ତୁ ଡେନମାର୍କ ଖେଳାଳି ଦମଦାର ପ୍ରଦର୍ଶନ ସହ ୧୫-୧୪ରେ ଆଗୁଆ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.