Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର

31/07/2021 at 5:09 PM

ଟୋକିଓ ୩୧।୦୭:  ରିଓ ଅଲିମ୍ପିକର ରୌପ୍ୟ ପଦକ ବିଜେତା ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ଟୋକିଓ ଅଲିମ୍ପିକର ସେମି ଫାଇନାଲ୍‌ର ଏକକ ବର୍ଗରେ ପରାଜୟର ମୁହଁ ଦେଖିବାକୁ ପଡିଛି। ସେମିରେ ଚୀନୀ ତାଇପେର ତାଇ ଜୁ ଓ୍ଵିଙ୍ଗଙ୍କଠୁ ଏକ ତରଫା ମ୍ୟାଚ୍‌ରେ ସିନ୍ଧୁ ପରାଜିତ ହୋଇଛନ୍ତି। ଏହି ପରାଜୟ ସହ ପିଭି ସିନ୍ଧୁ ଓ ୧୩୦ କୋଟି ଭାରତୀୟଙ୍କ ସ୍ଵର୍ଣ୍ଣ ପଦକ ଆଶା ଧୂଳିସାତ ହୋଇଛି। ତାଇ ଏହି ମୁକାବିଲାକୁ ୨୧-୧୮ ଓ ୨୧-୧୨ରେ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ହେଲେ ଏବେ ମଧ୍ୟ ସିନ୍ଧୁଙ୍କ କାଂସ୍ୟ ପଦକ ଆଶା ବାକି ରହିଛି। କାଂସ୍ୟ ପଦକ ପାଇଁ ସିନ୍ଧୁଙ୍କ ମୁକାବିଲା ଚୀନର ବିଙ୍ଗ ଜିଆଓଙ୍କ ସହ ହେବ।

ପିଭି ସିନ୍ଧୁ ଆକ୍ରମଣାତ୍ମକ ଆରମ୍ଭ କରି କିଛି ସମୟ ପର୍ଯ୍ୟନ୍ତ ୭-୪ରେ ଅଗ୍ରଣୀ ହାସଲ କରିଥିଲେ। ନେଟ୍ ସଟ୍ ଓ ସ୍ମାଶ୍‌ର ଜବରଦସ୍ତ ବ୍ୟବହାର କରି ସିନ୍ଧୁ ଖେଳରେ ୧୧-୭ରେ ଆଗୁଆ ରହିଥିଲେ। ହେଲେ ତାଇ ଜୋରଦାର ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ ୧୩-୧୩ରେ ବରବାର କରିଥିଲେ। ଦୁଇ ଖେଳାଳି ପ୍ରତିଟି ପଏଣ୍ଟ ପାଇଁ କଡା ସଂଘର୍ଷ କରିଥିଲେ। ୧୬-୧୬, ୧୭-୧୭ ଏବଂ ୧୮-୧୮ ପର୍ଯ୍ୟନ୍ତ ମୁକାବିଲା ବରାବର ରହିଥିଲା। ହେଲେ ଓ୍ଵିଙ୍ଗ ତାଇ ଲଗାତାର ୩ ପଏଣ୍ଟ ହାସଲ କରି ପ୍ରଥମ ଗେମ୍‌କୁ ୨୧-୧୮ରେ ନିଜ ନାମରେ କରିଥିଲେ।

ଗେମର ଆରମ୍ଭରେ କଡା ଟକ୍କର ଦେଖିବାକୁ ମିଳିଥିଲା। ହେଲେ ସିନ୍ଧୁ ନିଜର ଏକାଗ୍ରତା ହରାଇଥିଲେ। ଯାହାର ଫାଇଦା ଉଠାଇଥିଲେ ପ୍ରତିପକ୍ଷ। ଗେମ୍ ୪-୪ରେ ପହଞ୍ଚିବା ପରେ ତାଇ ଗୋଟିଏ ପରେ ଗୋଟିଏ ପଏଣ୍ଟ ନେଇ ସିନ୍ଧୁଙ୍କ ଉପରେ ଚାପ ପକାଇଥିଲେ। ସିନ୍ଧୁ ଆଉ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରି ପାରିନଥିଲେ। ତାଙ୍କ ମନୋବଳ ହ୍ରାସ ପାଇଥିବା ସ୍ପଷ୍ଟ ଜଣା ପଡୁଥିଲା। ଶେଷରେ ଦ୍ଵିତୀୟ ଗେମ୍‌କୁ ତାଇ ୨୧-୧୨ରେ ଜିତି ମ୍ୟାଚ୍‌ ନିଜ ନାଁରେ କରିଥିଲେ। ଏହା ପୂର୍ବରୁ ପିଭି ସିନ୍ଧୁ ଜାପାନର ୟାମାଗୁଚିଙ୍କୁ ୨-୦ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲେ।

ରିଓ ଅଲିମ୍ପିକ୍ସରେ ହୋଇଥିଲା ସିନ୍ଧୁ ଓ ତାଇଙ୍କ ମୁକାବିଲା

ଏହି ଦୁଇ ଖେଳାଳି ରିଓ ଅଲିମ୍ପିକ୍ସରେ ମଧ୍ୟ ମୁହାଁମୁହିଁ ହୋଇଥିଲେ। ମହିଳା ଏକକ ବର୍ଗର ରାଉଣ୍ଡ ୧୬ରେ ହୋଇଥିବା ମୁକାବିଲାରେ ସିନ୍ଧୁ ତାଇଙ୍କ ୨୧-୧୩ ଓ ୨୧-୧୫ରେ ହରାଇଥିଲେ।

   Related Posts