ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ

Published By : Prameya-News7 Bureau | March 07, 2021 IST

ନୂଆଦିଲ୍ଲୀ ୦୭/୦୩: ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ସ୍ବିସ୍‌ ଓପନ ଫାଇନାଲରେ ପରାଜୟ ବରଣ କରିଛନ୍ତି । ସିନ୍ଧୁ ବିଶ୍ବ ଚାମ୍ପିୟନ ହେବା ପରେ କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିନଥିଲେ। ୧୩ ଟୁର୍ଣ୍ଣାମେଣ୍ଟ ଏବଂ ୧୯ ମାସ ପରେ ସିନ୍ଧୁ ଫାଇନାଲରେ ଜାଗା ପକ୍କା କରିଥିଲେ। କିନ୍ତୁ ସ୍ପେନ୍‌ର କ୍ୟାରୋଲିନା ମାରିନଙ୍କ ପାଖରୁ ପରାଜୟ ସ୍ବିକାର କରିଛନ୍ତି ପି.ଭି ସିନ୍ଧୁ।

ପ୍ରଥମରୁ ହିଁ ମାରିନ୍‌ ସିନ୍ଧୁଙ୍କୁ ଆଗେଇ ଚାଲିଥିଲେ। ଏହି ଗେମକୁ ସେ କେବଳ ୧୯ ମିନିଟ୍‌ରେ ୨୧-୧୨ରେ ଜିତି ନେଇଥିଲେ । ଦ୍ବିତୀୟ ଗେମରେ ସିନ୍ଧୁ କୌଣସି ଟକ୍କର ଦେଇପାରିନଥିଲେ। ଏହି ଗେମ୍‌କୁ ମାରିନ ୧୬ ମିନିଟ୍‌ରେ ୨୧-୫ରେ ଜିତି ଟାଇଟଲ୍‌ ନିଜ ନାଁରେ କରିନେଇଛନ୍ତି। ମ୍ୟାଚ୍‌ କେବଳ ୩୫ ମିନିଟ୍‌ରେ ସମାପ୍ତ ହୋଇଛି। ମାରିନ ପ୍ରଥମ ଥର ସ୍ବିସ୍‌ ଓପନ ଟାଇଟଲ୍‌ ଜିଣିଛନ୍ତି।

ମହିଳା ସିଙ୍ଗଲ୍ସ କଥା କହିଲେ ଭାରତୀୟ ଖେଳାଳି ଭାବେ ସାଇନା ନେହ୍ବାଲ ଏଠାରେ ଚାମ୍ପିୟନ୍‌ ହୋଇଥିଲେ। ସାଇନା ୨୦୧୧ ଏବଂ ୨୦୧୨ରେ ଲଗାତାର ଟାଇଟଲ୍‌ ହାସଲ କରିଥିଲେ। ସେପଟେ ପୁରୁଷ ସିଙ୍ଗଲ୍ସ ଟାଇଟଲ୍‌ ଡେନମାର୍କର ଭିକ୍ଟର ଏକ୍ସଲସନ୍‌ ଥାଇଲାଣ୍ଡର କୁନଲାବୁତ ବିତିସ୍ତ୍ରମଙ୍କୁ ୨୧-୧୬, ୨୧-୬ରେ ହରାଇଛନ୍ତି। ଏହି ମୁକାବିଲା ୪୭ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ଏକ୍ସଲସନ ଦ୍ବିତୀୟ ଥର ପାଇଁ ଏହି ଟ୍ରଫି ଜିଣିଛନ୍ତି। ଏହା ପୂର୍ବରୁ ସେ ୨୦୧୪ରେ ଚାମ୍ପିୟନ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.