Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ

29/07/2021 at 7:29 AM

ନୂଆଦିଲ୍ଲୀ, ୨୯|୦୭:  ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ  ଭଲ ଆରମ୍ଭ କରିଛନ୍ତି । ସେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫ ଓ ୨୧-୧୩ ସେଟରେ ପରାସ୍ତ କରି କ୍ୱାଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ପିଭି ୨୦୧୬ ରିଓ ଅଲିମ୍ପିକ୍ସରେ ସିଲଭର ମେଡାଲ ଜିତିଥିଲେ । ସେ ଏପରି ଉପଲବ୍ଧି ପାଇଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ । ସେ ଆଉ ଦୁଇଟି ମୁକାବିଲା ଜିତିଲେ ପଦକ ପାଇବା ସୁନିଶ୍ଚିତ ।

ପିଭି ସିନ୍ଧୁ ମୁକାବିଲାରେ ମିୟା ବ୍ଲିଚଫେଲ୍ଟଙ୍କ ବିରୋଧରେ ଭଲ ଆରମ୍ଭ କରିଥିଲେ । ପ୍ରଥମ ସେଟରେ ହିଁ ସେ ୧୧-୬ରେ ଆଗୁଆ ରହିଥିଲେ । ଏହାପରେ ତାଙ୍କର ସ୍କୋର ୧୩-୧୦ ହୋଇଯାଇଥିଲା । ପରେ ୧୬-୧୨ ସ୍କୋର ହେବା ପରେ ଡେନମାର୍କର ପ୍ରତିପକ୍ଷ ଖେଳାଳି ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ଏହି ଗେମ୍ ୨୨ ମିନିଟ୍ ଧରି ଚାଲିଥିଲା ।

ଦ୍ୱିତୀୟ ଗେମରେ ମଧ୍ୟ ସିନ୍ଧୁ ଭଲ ଆରମ୍ଭ କରିଥିଲେ । ସେ ପ୍ରଥମେ ୫-୦ରେ ଆଗୁଆ ରହିଥିଲେ । ଏହାପରେ ମିୟା କିଛି ଭଲ ସର୍ଟ ଲଗାଇ ସ୍କୋର-୩-୬ କରିଥିଲେ । କିନ୍ତୁ ସିନ୍ଧୁ ୧୧-୬ରେ ଆଗୁଆ ରହିବାରେ ସଫଳ ହୋଇଥିଲା । ଶେଷରେ ସେ ମୁକାବିଲା ୨୧-୧୩ରେ ଜିତିନେଇଥିଲେ । ଏହାସହ ଅନ୍ତିମ ୮ରେ ସେ ସ୍ଥାନ ପାଇବାରେ ସଫଳ ହୋଇଥିଲେ । ଏହି ମୁକାବିଲା ୧୯ ମିନିଟ୍ ଧରି ଚାଲିଥିଲା ।   

   Related Posts