ୱାର୍ଲଡ ଚାମ୍ପିଅନସିପ ଫାଇନାଲରେ ଭାରତୀୟ ସଟଲର ପିଭି ସିନ୍ଧୁ : ଆଜି ଫାଇନାଲ

Published By : Prameya-News7 Bureau | August 25, 2019 IST

ନୂଆଦିଲ୍ଲୀ ୨୫/୮: ୱାର୍ଲଡ ଚାମ୍ପିଅନସିପ ଫାଇନାଲରେ ଭାରତୀୟ ସଟଲର ପିଭି ସିନ୍ଧୁ । ଆଜି ଖେଳାଯିବ ଫାଇନାଲ । ସେମିରେ ଚୀନର ଚେନ ୟୁ ଫେଇଙ୍କୁ ୨୧-୭,୨୧-୧୪ ଗେମ ପଏଣ୍ଟରେ ପରାସ୍ତ କରି ଫାଇନାଲ ପାଇଁ ଟିକେଟ ପକ୍କା କରିଛନ୍ତି । ସ୍ବର୍ଣ୍ଣ ପଦକ ପାଇଁ ଆଉ ଗୋଟିଏ ବିଜୟ ଦରକାର ସିନ୍ଧୁଙ୍କୁ ।

{"id":148505}

ସମ୍ମାନଜନକ ଏହି ଟୁର୍ଣ୍ଣାମେଣ୍ଟର ଗତ ଦୁଇଟି ସଂସ୍କରଣରେ ସିନ୍ଧୁ ଫାଇନାଲରେ ପ୍ରବେଶ କରି ଦୁଇ ଥର ଯାକ ସ୍ବର୍ଣ୍ଣପଦକରୁ ବଞ୍ଚିତ ହୋଇଥିଲେ । ରୌପ୍ୟ ପଦକ ପାଇଥିଲେ । ତଥାପି ହାର୍ ମାନି ନାହାନ୍ତି । ଏଥର ପୁଣି ଫାଇନାଲରେ ପ୍ରବେଶ କରି ସ୍ବର୍ଣ୍ଣପଦକ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.