Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ପି.ଭି. ସିନ୍ଧୁ ଜିତିଲେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଟାଇଟଲ, ରଚିଲେ ଇତିହାସ

25/08/2019 at 7:16 PM

ନୂଆଦିଲ୍ଲୀ ୨୫।୮:  ଭାରତୀୟ ମହିଳା ସଟଲର ପି.ଭି. ସିନ୍ଧୁ ରବିବାର ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ୨୦୧୯ ଟାଇଟଲ ବିଜୟିନୀ ହୋଇଛନ୍ତି।  ପ୍ରତିପକ୍ଷ ଜାପାନର ନୋଜୋମୀ ଓକୁହରାଙ୍କୁ ପରାସ୍ତ କରିଛନ୍ତି। ଏହି ଟାଇଟଲ ହାସଲ କରିବାରେ ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଖେଳାଳି ହେବାର ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି।  ୩୭ ମିନିଟ୍ ର  ବିଡବ୍ଲୁଏଫ ୱାର୍ଲଡ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍-୨୦୧୯ର ଫାଇନାଲ ମ୍ୟାଚ୍ କୁ ସିନ୍ଧୁ ଏକତରଫା ଭାବେ ୨୧-୭ ଓ ୨୧-୭ରେ ହାତେଇ ନେଇଛନ୍ତି।

ବିଶ୍ୱର ୫ ନମ୍ବର ଖେଳାଳି ସିନ୍ଧୁ ୪ ନମ୍ବର ଖେଳାଳିଙ୍କୁ ହରାଇଥିବା ବେଳେ ତାଙ୍କର ପୁରୁଣା ପରାଜୟର ପ୍ରତିଶୋଧ ବି ନେଇଛନ୍ତି। ୨୦୧୭ ୱାର୍ଲଡ ବାଡମିଣ୍ଟନ ଫାଇନାଲରେ ଓକୁହରା  ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ଫଳରେ ୨ ବର୍ଷ ପୂର୍ବେ ଥିବା ତାଙ୍କର ଚାମ୍ପିୟନ ଆଶା ମଉଳି ଯାଇଥିଲା। ହେଲେ ଚଳିତବର୍ଷ ଓକୁହରା ଫାଇନାଲକୁ ଉନ୍ନିତ ହୋଇଥିବା ବେଳେ ସିନ୍ଧୁ ତାଙ୍କୁ ପରାସ୍ତ କରି ବିଶ୍ୱବିଜୟିନୀ ହେବା ସହ ପୁରୁଣା ପରାଜୟର ପ୍ରତିଶୋଧ ନେଇଛନ୍ତି। ଏହି ବିଜୟ ଲାଗି ସିନ୍ଧୁଙ୍କୁ ଯୁବବ୍ୟାପାର ,କ୍ରିଡା ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଟ୍ୱିଟରରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

୨୦୧୭ ପରେ ୧୮ ୱାର୍ଲଡ ଚାମ୍ପିୟନସିପ୍ ରେ ବି ସିନ୍ଧୁ ଫାଇନାଲକୁ ଉନ୍ନିତ ହୋଇଥିଲେ। ହେଲେ ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲେ। ହେଲେ ଏଥର ସେ ତାଙ୍କର ସ୍ୱପ୍ନ ପୁରଣ କରିବାରେ ସକ୍ଷମ ହୋଇଛନ୍ତି। ସିନ୍ଧୁ ୨୦୧୩ ଓ ୧୪ ମସିହାରେ କାଂସ୍ୟ ପଦକ ବିଜେତା ହୋଇଥିଲେ। ହେଲେ ପ୍ରଥମ ଥର ସେ ସ୍ୱର୍ଣ୍ଣ ଜିତି ଚାମ୍ପିୟନ ହେବାର ସ୍ୱପ୍ନ ପୁରଣ କରିବା ସହ ଦେଶର ଆକାଙକ୍ଷା ମଧ୍ୟ ପୁରଣ କରିବାରେ ସମର୍ଥ ହୋଇଛନ୍ତି।

   Related Posts