ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲସ୍ ଫାଇନାଲ୍ ରେ ଭାରତର ପିଭି ସିନ୍ଧୁ

Published By : Prameya-News7 Bureau | July 21, 2019 IST

ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମହିଳା ସିଙ୍ଗଲ୍ ସ୍ ଫାଇନାଲ୍ ରେ  ଭାରତୀୟ ବ୍ୟାଡମିଣ୍ଟନ ତାରକା  ପିଭି ସିନ୍ଧୁ । ଚୀନର ପ୍ରତିଦ୍ବନ୍ଦି  ଚେନ୍  ୟୁଫିଙ୍କୁ ୨୧-୧୯ ଓ ୨୧-୧୦ରେ ପରାସ୍ତ କରି ସିନ୍ଧୁ ଫାଇନାଲରେ ପ୍ରବେଶ କରିଛନ୍ତି । ୪୬ ମିନିଟ ଯାଏଁ ଚାଲିଥିବା ଏହି ମୁକାବିଲାରେ ରିଓ ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ସିନ୍ଧୁଙ୍କ ପାଇଁ ପ୍ରଥମ ଗେମ୍  ଅଡୁଆ ଥିଲା । ମାତ୍ର ପରେ ସେ ଭଲ ଫର୍ମକୁ ଫେରିଥିଲେ ।

ସେ ୨୬ ମିନଟରେ ଖେଳକୁ ୨୧-୧୯ରେ ନିଜର ନାମ କରିଥିଲେ । ତେବେ ଦ୍ୱିତୀୟ ଗେମ୍ ରେ ଭଲ ପ୍ରଦର୍ଶନ କରି ଏହାକୁ ଜିତି ନେଇଥିଲେ । ଆଜି  ଫାଇନାଲ୍ ରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚୀଙ୍କୁ ଭେଟିବେ । ୟାମାଗୁଚୀଙ୍କ ବିପକ୍ଷରେ ଅତୀତରେ ଭଲ ପ୍ରଦର୍ଶନ କରିଛନ୍ତି ସିନ୍ଧୁ । ଚଳିତ ବର୍ଷ ସିନ୍ଧୁ ପ୍ରଥମ ଥର ପାଇଁ କୌଣସି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ଫାଇନାଲ୍ ରେ ପ୍ରବେଶ କରିଛନ୍ତି ....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.