ସାପ ଦଂଶନ କରିଥିବା ରୋଗୀଙ୍କୁ ଡାକ୍ତରଖାନା ନେବା ବଦଳରେ ପାଣି ଢାଳି ଚିକିତ୍ସା

Published By : Prameya-News7 Bureau | November 13, 2019 IST

ବାଙ୍କୀ ୧୩।୧୧ - ସାପ ଦଂଶନ କରିଥିବା ରୋଗୀଙ୍କୁ ଡାକ୍ତରଖାନା ନେବା ବଦଳରେ ପାଣି ଢାଳି ଚିକିତ୍ସା । ବାଙ୍କି ନିକଟ ପାଟପୁର ଗାଁରେ ଏହି ଘଟଣାକୁ ନେଇ ଚର୍ଚ୍ଚା ।

ଗାଁରେ ଥିବା ସିଂହନାଥ ଶିବ ମନ୍ଦିରରେ ଏମିତି ଚିକିତ୍ସା ହେଉଥିବା ସାମ୍ନାକୁ ଆସିଛି । ସାପ ଦଂଶନ ପରେ ଗାଁର ଜଣେ ବ୍ୟକ୍ତିଙ୍କୁ ମନ୍ଦିର ପୋଖରୀରେ ଅଧା ବୁଡିବା ଅବସ୍ଥାରେ ରହିବାକୁ ପୂଜା ନିର୍ଦ୍ଦେଶ ଦେଇଛନ୍ତି ।  ଏହା ପରେ ତାଙ୍କ ଉପରେ ପୂଜା ହୋଇଥିବା ପାଣି ଢଳାଯାଇଛି ।

{"id":183657,"sizeSlug":"large"}

ଏହା ସହ ରୋଗୀଙ୍କୁ ବେଲପତ୍ର ଓ ଚୁଆ ଖାଇବାକୁ ଦିଆଯାଇଛି । ଏହି ଚିକିତ୍ସା ଗାଁରେ ପୁରୁଷାନୁକ୍ରମିକ ଚାଲିଛି ।ଆଧୁନିକ ଟିକିତ୍ସା ବଦ୍ଧତି ବଦଳରେ ଏହି ଭଳି ଭାବରେ ସାପ ବିଷ ବାହାର କରିବା ପ୍ରକ୍ରିୟା ଚାଲିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.