ପୁଟିନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ, ଖର୍ଚ୍ଚ ହୋଇଛି ୧.୪ ବିଲିୟନ ଡଲାର, ଡ୍ରୋନ୍ ଭିଡିଓ ଭାଇରାଲ

Published By : Prameya-News7 Bureau | January 24, 2021 IST

ମସ୍କୋ ,୨୪/୦୧:  ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବ୍ଲାକ୍ ସି ଅଞ୍ଚଳରେ ୧.୪ବିଲିୟନ ଡଲାର  ରେ ଏହ ପ୍ରାସାଦ ତିଆରି କରିଛନ୍ତି । ଏହାର ଡ୍ରୋନ୍ ଫୁଟେଜ୍ ଏବେ ୟୁଟ୍ୟୁବରେ ଭାଇରାଲ ହୋଇଛି । ଏହି ଭିଡିଓ ମଙ୍ଗଳବାର ଅପଲୋଡ୍ ହେବା ପରେ ଏବେସୁଦ୍ଧା ୫୪ ଲକ୍ଷ ୟୁଜର ଏହାକୁ ଦେଖିସାରିଲେଣି ।

ଏହି ୨ ଘଣ୍ଟାର ଡ୍ରୋନ୍ ଫୁଟେଜରେ ଏକ ଆଖି ଝଲସିବା ଭଳି ପ୍ରାସାଦ ରହିଛି । ଏହାସହ ଦୁଇଟି ହେଲିପ୍ୟାଡ୍ ରହିଛି । ଏହାସହ ଗେଷ୍ଟ୍ ହାଉସ୍, ବଡ ପାର୍କି ଏରିଆ ରହିଥି । ଆଲେକ୍ସାଇ ନାଭାଲନି ଏହାକୁ ୟୁଟ୍ୟୁବରେ ଅପଲୋଡ କରିଛନ୍ତି ।

wp:html /wp:html

ନାଭାଲନି ପୁଟିନଙ୍କ ସମାଲୋଚକ ଭାବେ ଜଣାଶୁଣା । ସେ ମସ୍କୋର ଏକ ଜେଲରେ ଅଛନ୍ତି । ପୁଟିନ ନିଜ ଧନି ବନ୍ଧୁଙ୍କଠାରୁ ଟଙ୍କା ଆଣି କାହାକୁ କିଛି ନଜଣାଇ ଏହି ପ୍ରାସାଦ ନିର୍ମାଣ କରିଥିବା ଅଭିଯୋଗ ହୋଇଛି ।

ଏହି ପ୍ରାସାଦ ୧୭୦ ଏକର ଅଞ୍ଚଳରେ ପରିବ୍ୟାପ୍ତ । ଏହି ଅଞ୍ଚଳ ଋଷ ଫେଡେରାଲ ସିକ୍ୟୁରିଟି ସର୍ଭିସର ବୋଲି ନାଭାଲନି ଅଭିଯୋଗ କରିଛନ୍ତି । ତେବେ ଋଷ ସରକାର ପୁଟିନଙ୍କ ସହ ଏହି ପ୍ରାସାଦର ସମ୍ପର୍କ ନଥିବା କହିଛନ୍ତି ।

{"id":397547,"sizeSlug":"large","linkDestination":"none"}

ଋଷ ଅଧିକାରୀ କହିଛନ୍ତି ଯେ, ଏହା ସତ ନୁହେଁ । ପୁଟିନ ଏହି ସମ୍ପତ୍ତିର ମାଲିକ ନୁହଁନ୍ତି । ସବୁ ଗୁଜବ । ସୂଚନାଯୋଗ୍ୟ, ଏହି ବିଳାସମୟ ପ୍ରାସାଦରେ ୧୯୦,୦୦୦ ସ୍କୋୟାର ଫୁଟର ରହିବା ସ୍ଥାନ ଅଛି । ଏହାସହ  ୨୭୦୦୦ ସ୍କୋୟାର ଫୁଟର ଗେଷ୍ଟ ହାଉସ ମଧ୍ୟ ରହିଛି । ଯାହାକୁ ୨୬୦ ଫୁଟର ଏକ ବ୍ରିଜ ସଂଯୋଗ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.