Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଭାରତ ଓ ଚୀନ ମିଶି ଋଷ କରୋନା ଭ୍ୟାକସିନ୍‌ ସ୍ପୁଟନିକ୍‌-Vର ଉତ୍ପାଦନ ଆରମ୍ଭ କରିପାରିବେ- ଭ୍ଲାଦମିର ପୁଟିନ୍‌

17/11/2020 at 8:20 PM

ନୂଆଦିଲ୍ଲୀ ୧୭/୧୧: ଭାରତ  ଓ ଚୀନ ଋଷ ସହ ମିଶି ପୁରା ଦୁନିଆକୁ କରୋନା ଭ୍ୟାକ୍‌ସିନ୍‌ ଦେଇପାରିବେ। ଏବେ ଚୀନ ଓ ଭାରତ ଋଷ ଭ୍ୟାକସିନ୍‌ ସ୍ପୁଟନିକ୍‌-୫ର ଉତ୍ପାଦନ ଆରମ୍ଭ କରିପାରିବେ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ କହିଛନ୍ତି। ଏହା ସହ ବ୍ରିକ୍ସ ଦେଶରେ ଏହି ଭ୍ୟାକସିନ୍‌ ପ୍ରସ୍ତୁତ ପାଇଁ ରିସର୍ଚ୍ଚ ସେଣ୍ଟର ଖୋଲିବା ଦରକାର ବୋଲି ସେ କହିଛନ୍ତି।

ବ୍ରିକ୍ସ ଦେଶରେ ବ୍ରାଜିଲ,ଭାରତ, ଚୀନ, ଋଷ ଓ ଦକ୍ଷିଣ ଆଫ୍ରିକା ସାମିଲ ରହିଛନ୍ତି। ତେବେ ପୁଟିନ୍‌ ଋଷ ସମାଚାର ଏଜେନ୍ସି ଆରଆଇଏକୁ ମଙ୍ଗଳବାର ଦେଇଥିବା ସାକ୍ଷାତକାରରେ ସ୍ପୁଟନିକ୍-୫କୁ ନେଇ ଉତ୍ପାଦନକୁ ନେଇ କହିଛନ୍ତି । ସ୍ପୁଟନିକ୍‌ ଭ୍ୟାକସିନ୍‌ -୫ ଗାମାଲେୟା ଇନଷ୍ଟିଚ୍ୟୁଟ୍‌ ଓ ଆସେଲଲନା କଣ୍ଟ୍ରାକ୍ଟ ଡ୍ରଗ୍‌ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଛି।

ଋଷ ସରକାର ଓ ଔଷଧ କମ୍ପାନୀ ଏହି ଭ୍ୟାକସିନ୍‌ ସଫଳ ବୋଲି ଘୋଷଣା କରିଛନ୍ତି। ଏପରିକି ଦେଶବାସୀଙ୍କୁ ଏହି ଭ୍ୟାକସିନ୍‌ ଦିଆଯାଉଥିବା ବେଳେ ପୁଟିନ ଓ ପରିବାରଙ୍କୁ ମଧ୍ୟ ସ୍ପୁଟନିକ୍‌-୫ ଡୋଜ୍‌ ଦିଆଯାଇଛି। ଏପରିକି ଏହି ଭ୍ୟାକ୍‌ସିନ୍‌ ଦୁନିଆର ପ୍ରଥମ କରୋନା ଭ୍ୟାକସିନ୍‌ ବୋଲି ଋଷ ଘୋଷଣା କରିଥିଲା। ଦୁନିଆର ପ୍ରଥମ କରୋନା ଭ୍ୟାକସିନ୍‌ ସ୍ପୁଟନିକ୍‌-୫କୁ ଅଗଷ୍ଟ ୧୦ ସୁଦ୍ଧା ବଜାରରେ ଉପଲବ୍ଧ କରାଯିବ ବୋଲି ଋଷ ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ। ପାଖାପାଖି ଏହି ସମୟରେ ସ୍ପୁଟନିକ୍‌-୫ ବଜାରକୁ ଆସିଥିଲା।

ଋଷ ଭ୍ୟାକସିନକୁ ନେଇ ବିବାଦ ଉପୁଜିବା ପରେ ଏନେଇ ଖୋଦ ରାଷ୍ଟ୍ରପତି ପୁଟିନ ପ୍ରତିକ୍ରିୟା ରଖିଥିଲେ। ଏପରିକି ଏହି କରୋନା ଟିକା ତାଙ୍କ ଝିଅଙ୍କୁ ଦିଆଯାଇଥିବା ସେ କହିଥିଲେ। ଋଷରେ ପ୍ରଥମେ ଏହି ଟିକା ଫ୍ରଣ୍ଟଲାଇନ୍‌ ହେଲ୍ଥ ଓ୍ବାର୍କର୍ସଙ୍କୁ ଦିଆଯାଇଥିଲା।

ସେପଟେ ଦୁନିଆରେ  ଏବେ ଅନେକ କରୋନା ଟିକାର ପରୀକ୍ଷଣ ଚାଲିଛି। ତା ମଧ୍ୟରୁ ଡଜେନରୁ ଅଧିକ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଥିବା ବେଳେ ସ୍ପୁଟନିକ୍‌-୫ ବଜାରକୁ ଆସିସାରିଛି। ତେବେ ଏହାର କାର୍ଯ୍ୟଦକ୍ଷତା ଉପରେ ବି ଲୋକେ ପ୍ରଶ୍ନ ଉଠାଉଛନ୍ତି।

   Related Posts