Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ମନ୍ତବ୍ୟ, ମହାକାଶରେ ଶକ୍ତିଶାଳୀ ହେବ ଋଷିଆ

13/04/2021 at 5:15 PM

ମସ୍କୋ, ୧୩/୦୪: ଚଳିତ ବର୍ଷ ଋଷ୍‌ ବିଶ୍ୱରେ ଆହୁରି ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେବ । ଆଗକୁ ମାହାକାଶ କ୍ଷେତ୍ରରେ ନିଜର ଶକ୍ତି ବୃଦ୍ଧି କରିବା ନେଇ ଭ୍ଲାଦିମିର୍‌ ପୁଟିନ୍ ମନ୍ତବ୍ୟ ଦେଇଛନ୍ତି । ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ମହାକାଶ ଯାତ୍ରା କରିଥିବା ୟୁରି ଗାଗାରିନ୍‌ଙ୍କ ମହାକାଶ ଯାତ୍ରା ୬୦ ବର୍ଷ ପୂରଣ କରିଛି । ଏହି ଅବସରରେ ପୁଟିନ୍‌ ଦେଶବାସୀଙ୍କୁ ଏପରି ସମ୍ୱୋନ୍ଧନ କରିଛନ୍ତି ।

ଋଷିଆର ସ୍ପେସ୍‌ ଇଣ୍ଡଷ୍ଟ୍ରୀ ଚଳିତ ବର୍ଷ ସଂଘର୍ଷ ପୂର୍ଣ୍ଣ ଯାତ୍ରା ସହିତ ବହୁ ଅସୁବିଧାର ସମ୍ମୁଖୀନ ହୋଇଛି । ତଥାପି ୧୯୬୧ ମସିହା ଏପ୍ରିଲ୍ ୧୨ ଋଷବାସୀଙ୍କ ମନରେ ସର୍ବଦା ଗର୍ବର ସହିତ ଲିପିବଦ୍ଧ ରହିବ । ଏହି ଦିନ ପ୍ରଥମ ବ୍ୟକ୍ତି ଭାବେ ୟୁରି ଗାଗାରିନ୍‌ ଅନ୍ତରୀକ୍ଷର କକ୍ଷ ପଥରେ ପାଦ ରଖିଥିଲେ । ଯାହାକି ଋଷ୍‌କୁ ସାରା ବିଶ୍ୱରେ ଗୌରବାନିତ୍ୱ କରିଥିଲା ।

ଗାଗାରିନ୍‌ ମହାକାଶରୁ ଓହ୍ଲାଇଥିବା ସ୍ଥାନରେ ଏକ ମେମୋରିଆଲ୍‌ କରାଯାଇଛି । ଋଷ୍‌ର ଦକ୍ଷୀଣରେ ରହିଥିବା ଏହି ମେମୋରିଆଲ୍‌ ପରିଦର୍ଶନ କରି ସେ ମସ୍କୋର ସ୍ଥିତିକୁ ଆହୁରି ମଜ୍‌ବୁତ୍‌ କରିବା ପାଇଁ ତାଙ୍କ ସରକାରଙ୍କୁ କହିଛନ୍ତି । ଏକବିଂଶ ଶତାବ୍ଦୀରେ ଋଷ୍‌ ନ୍ୟୁକ୍ଲିୟର୍‌ ଶକ୍ତି ସହିତ ମହାକାଶରେ ନିଜର ଶକ୍ତି ବଢ଼ାଇବା ପାଇଁ ଚେଷ୍ଟା କରିବ । ଏଥିପଇଁ ଜରୁରୀ ପର୍ଯ୍ୟବେକ୍ଷଣ କରାଯିବା ସହିତ ଯେଉଁ ସ୍ଥାନରେ ତ୍ରୁଟି ରହୁଛି ତାହାକୁ ସଂଶୋଧନ କରାଯାଇ ପ୍ରତ୍ୟେକ୍ଷ ଭାବେ ପ୍ରତିରକ୍ଷା ସହିତ ଜଡ଼ିତ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।

   Related Posts