ପୁତିନ୍‌ଙ୍କୁ ମିଳିଲା ଆଉ ୨ ଥର ରାଷ୍ଟ୍ରପତି ହେବାର ସୁଯୋଗ, ବିଧେୟକ ଫେଡେରେସନ କାଉନସିଲରେ ଗୃହୀତ

Published By : Prameya-News7 Bureau | April 01, 2021 IST

ମସ୍କୋ : ଋଷୀୟ ସଂସଦର ଉଚ୍ଚ ସଦନ ଫେଡେରେସନ କାଉନସିଲ ୨୦୨୪ରୁ ଆରମ୍ଭ ହେବାକୁ ଯାଉଥିବା ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ଆଉ ୨ଟି କାର୍ଯ୍ୟକାଳକୁ ମଞ୍ଜୁରୀ ଦେଇଛନ୍ତି। ଏ ସମ୍ପର୍କିତ ବିଧେୟକ କାଉନସିଲରେ ନିର୍ବିବାଦରେ ଗୃହୀତ ହୋଇଛି। ପ୍ରାୟ ସପ୍ତାହକ ପୂର୍ବେ ବିଧେୟକକୁ ସଂସଦର ନିମ୍ନ ସଦନ ଷ୍ଟେଟ ଡୁମାର ମଞ୍ଜୁରୀ ମିଳିଥିଲା। ଏବେ ବିଧେୟକକୁ ଆଇନରେ ପରିଣତ କରିବା ଲାଗି କେବଳ ରାଷ୍ଟ୍ରପତି ପୁତିନଙ୍କ ସ୍ୱାକ୍ଷରକୁ ଅପେକ୍ଷା କରିଛି। 

{"id":431707,"width":838,"height":838,"sizeSlug":"large","linkDestination":"none"}

ରାଷ୍ଟ୍ରପତିଙ୍କ ନିର୍ବାଚନ ସମ୍ପର୍କିତ ଏହି ବିଧେୟକର ଚିଠା ପ୍ରସ୍ତାବ ୨୦୨୦ରେ ସାରା ଦେଶରେ ହୋଇଥିବା ରେଫରେଣ୍ଡମ (ଜନମତ ସଂଗ୍ରହ) ଆଧାରରେ ସଂଶୋଧିତ ଆଇନ ଦ୍ୱାରା ପ୍ରସ୍ତୁତ ହୋଇଛି।  ୨୦୬ ସମ୍ବିଧାନ ସଂଶୋଧନ ଅନୁସାରେ ପଦରେ ଅବସ୍ଥାପିତ ଦେଶ ଶାସନର ସର୍ବୋଚ୍ଚ ମୁଖ୍ୟ ବିନା କୌଣସି ପୂର୍ବସର୍ତ୍ତ ପାଳନରେ ଆଉ ୨ ଥର ରାଷ୍ଟ୍ରପତି ହୋଇପାରିବେ ବୋଲି ପ୍ରାବଧାନ ରହିଛି।

{"id":431708,"width":837,"height":471,"sizeSlug":"large","linkDestination":"none"}

ଏଥିରେ ବୁଧବାର ଫେଡେରେସନ କାଉନସିଲଙ୍କ ଅନୁମୋଦନ ରାଷ୍ଟ୍ରପତି ପୁତିନଙ୍କୁ ୨୦୨୪ରେ ବିନା ନିର୍ବାଚନରେ ଆଉ ଏକ କାର୍ଯ୍ୟକାଳ ଆରମ୍ଭ କରିବାର ସୁଯୋଗ ଦେଇଥିବା ବେଳେ ୨୦୩୬ ପର୍ଯ୍ୟନ୍ତ ଆଉ ୨ଟି କାର୍ଯ୍ୟକାଳର ସୁଯୋଗ ମଧ୍ୟ ଦେଇଛି। ଫଳରେ ପୁତିନ ଏବେ ଋଷିଆର ସର୍ବକାଳୀନ ଶାସନ ମୁଖ୍ୟ ହେବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.