ଶକ୍ତି ପ୍ରଦର୍ଶନ ସହ ଶତ୍ରୁ ପକ୍ଷକୁ ଚେତାବନୀ ଦେଲେ ପୁଟିନ, ସାବଧାନ ! ସ୍ୱାର୍ଥରେ ଆଞ୍ଚ ଆସିଲେ ମସ୍କୋ କରିବ ଜୋରଦାର ଆକ୍ରମଣ

Published By : Prameya-News7 Bureau | July 26, 2021 IST

ମସ୍କୋ, ୨୬|୦୭ :     ସେଣ୍ଟ ପିଟର୍ସବର୍ଗରେ ଚାଲିଛି ଋଷର ଯୁଦ୍ଧାଭ୍ୟାସ । ଏହାମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ନୌସେନାର ଶକ୍ତି ବାବଦରେ ଆଲୋଚନା କରିଛନ୍ତି । ଏହାସହ ଲିଥଲ୍ ଷ୍ଟ୍ରାଇକ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରତିକ୍ରିୟା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଦେଶର ସୈନ୍ୟ ଅଧିକାରୀ ନୂଆ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରର ପରୀକ୍ଷା କରିବେ ବୋଲି କହିଥିଲେ । ଏଥିରୁ ଅନେକ ଅସ୍ତ୍ର ପୁଟିନଙ୍କ ଅସ୍ତ୍ରାଗରରୁ ଆସିଛି ଯାହାକୁ ପୁଟିନ ଅପରାଜେୟ ବୋଲି କହିଛନ୍ତି ।

ପୁଟିନ କହିଛନ୍ତି ଯେ, ଋଷ ନୌସେନା ପାଖରେ ସବୁ କ୍ଷମତା ବିଶିଷ୍ଟ ଅସ୍ତ୍ରଶସ୍ତ୍ର ରହିଛି । ଯାହାକୁ ଜାତୀୟ ସ୍ୱାର୍ଥରେ ଉପଯୋଗ କରାଯାଇପାରିବ । ସମୁଦ୍ର ତଳେ ଥିବା ଶତ୍ରୁର ରଣନୀତିକୁ ପଣ୍ଡ କରାଯାଇପାରିବ । ଏପରି ସ୍ଥିତିରେ ଲିଥାଲ ଷ୍ଟ୍ରାଇକ୍ ଆବଶ୍ୟକ ହୋଇଥାଏ । ଋଷ ପାଖରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ନୌସେନା ରହିଛି । ଅନେକ ଶକ୍ତିଶାଳୀ ହାଇପରସୋନିକ୍ ଅସ୍ତ୍ରଶସ୍ତ୍ର ରହିଛି। ଯାହାକୁ କୌଣସି ଅନ୍ୟ ଅସ୍ତ୍ର ଅଟକାଇ ପାରିବ ନାହିଁ । ଶତ୍ରୁକୁ ଚେକ୍ ଦେବାକୁ ଋଷ ପାଖରେ ଢେର୍ ଅଧିକ ବାଲିଷ୍ଟିକ୍ ମିସାଇଲଠୁ ଆରମ୍ଭ କରି ଗୋଳା ବାରୁଦ ଅଛି ବୋଲି ପୁଟିନ କହିଛନ୍ତି ।

ସୂଚନାଯୋଗ୍ୟ, ଦେଶର ନୌସେନାର ବାର୍ଷିକ ପରେଡ୍ ଉପଲକ୍ଷେ ପୁଟିନ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୁଟିନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଇଗୁ ମଧ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.