Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ

5/12/2021 at 11:17 AM

ନୂଆଦିଲ୍ଲୀ, ୦୫/୧୨ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ସାମ୍ନାସାମ୍ନି ହେବେ । ଉଭୟ ରାଷ୍ଟ୍ରମୁଖ୍ୟ ଭିଡିଓ କଲ୍ ମାଧ୍ୟମରେ ଆଲୋଚନା କରିବେ । ନିକଟରେ ୟୁକ୍ରେନ ସୀମାରେ ଋଷ ଲଗାତର ଭାବେ ସୈନ୍ୟ ସଂଖ୍ୟା ବଢାଉଛି । ଫଳରେ ବିବାଦ ଓ ଶତ୍ରୁତା ବଢିବାରେ ଲାଗିଛି । ତେଣୁ ଉଭୟ ନେତାର ଆଲୋଚନା ଗୁରୁତ୍ୱପୂର୍ଣ୍ଣ ।

ହ୍ୱାଇଟ୍ ହାଉସ ବୟାନ ଜାରି କରି କହିଛି ଯେ, ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିରତା, ରାଜନୈତିକ ପ୍ରସଙ୍ଗ, ସାଇବର୍ ସିକ୍ୟୁରିଟି ଓ ଅନ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।

ଆମେରିକୀୟ ବୈଦେଶିକ ମନ୍ତ୍ରୀ ଏକେ ଆଣ୍ଟୋନି କହିଛନ୍ତି ଯେ, ଋଷ କେତେବେଳେ ବି ୟୁକ୍ରେନ ଉପରେ ଆକ୍ରମଣ କରିପାରେ । ଯଦି ଏପରି ହୁଏ ତେବେ ଋଷର ଭଲ ହେବନି । ୨୦୧୪ରେ ଋଷ ୟୁକ୍ରେନର କ୍ରିମିୟା ଅଞ୍ଚଳକୁ କବଜା କରିନେଇଛି । ଏହାପରେ ୟୁରୋପୀୟ ଦେଶ ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସେହି ସମୟରେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଉପରାଷ୍ଟ୍ରପତି ଥିଲେ ।

ଏହାପୂର୍ବରୁ ହ୍ୱାଇଟ୍ ହାଉସ ପ୍ରବକ୍ତା ଜେନ୍ ସାକି କହିଥିଲେ ଯେ, ଋଷ ୟୁକ୍ରେନ ଉପରେ ଆକ୍ରମଣ କଲେ ଆମେରିକା ହସ୍ତକ୍ଷେପ କରିବ । ବାଇଡେନ୍ ମଧ୍ୟ ଋଷକୁ ୟୁକ୍ରେନ ପ୍ରସଙ୍ଗରେ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନ ଓ ଋଷ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଉଭୟ ପକ୍ଷ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । କେତେବେଳେ ବି ଯୁଦ୍ଧ ହୋଇପାରେ । ତେବେ ୟୁକ୍ରେନକୁ ଆମେରିକା ଓ ନାଟୋ ସାମରିକ ଏବଂ ଆର୍ଥିକ ସହଯୋଗ କରିବା କାରଣରୁ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।  

   Related Posts