ରାଷ୍ଟ୍ରପତି ପୁତିନ୍‌ଙ୍କ ସମେତ ଋଷୀୟ କୋଟିପତୀମାନେ ଏପ୍ରିଲରେ ନେଇସାରିଛନ୍ତି କରୋନା ଟିକା !

Published By : Prameya-News7 Bureau | July 20, 2020 IST

ମସ୍କୋ୨୦।୭: ସାରା ବିଶ୍ୱରେ ଚିକିତ୍ସା ବିଜ୍ଞାନୀମାନେ କରୋନା ଭାଇରସ୍ ମୁକାବିଲା ଲାଗି ଚିକତ୍ସକୀୟ ଉପାୟ ଓ ଟିକା ଆବିଷ୍କାର ଲାଗି ଦିନରାତି ଏକ କରିଦେଇଛନ୍ତି। କେଉଁଠି ଟିକା କାମ ହ୍ୟୁମାନ ଟ୍ରାୟଲ ପର୍ଯ୍ୟନ୍ତ ପହଞ୍ଚିଲାଣି ତ ଅନ୍ୟ କେଉଁଠି ପ୍ରସ୍ତୁତି ପର୍ଯ୍ୟାୟରେ ପହଞ୍ଚିଛି। ହେଲେ କେଉଁଠି ହେଲେ ସାର୍ବଜନିକ ଟିକାକରଣ ହୋଇନି। ଏଥିରେ ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଦେଶର ବଡ ରାଜନୈତିକ ନେତା ଓ ଧନିକ ଲୋକେ ଗତ ଏପ୍ରିଲରୁ ହିଁ କୋଭିଡ ଟିକା ନେଇଯାଇଛନ୍ତି।

{"id":303061,"width":581,"height":325,"sizeSlug":"large"}

ଏକ ଅନ୍ତର୍ଜାତୀୟ ବାଣିଜ୍ୟିକ ଟେଲିଭିଜନ ଚାନେଲ ରିପୋର୍ଟ ମୁତାବକ ଋଷିଆରେ ଧନୀ ବ୍ୟବସାୟୀ, ରାଜନେତା ଓ ରାଷ୍ଟ୍ରପତି ଏପ୍ରିଲମାସରେ କରୋନା ଭାଇରସର ପରୀକ୍ଷାମୂଳକ ଟିକା ନେଇଯାଇଛନ୍ତି। ତେବେ ରାଷ୍ଟ୍ରପତି ପୁତିନ ଟିକା ନେଇଛନ୍ତି କି ନା ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ।  ହେଲେ ବରିଷ୍ଠ ରାଜନୈତିକ ନେତା, ସରକାରୀ ଅଧିକାରୀ ଓ ଧନୀ ବ୍ୟବସାୟୀମାନେ ଯେଉଁଭଳି ଟିକା ନେଇଛନ୍ତି ସେଥିରୁ ପୁତିନ ଯେ ବାଦ ପଡିଥିବେ ତାହା କହି ହେଉ ନାହିଁ।

{"id":303064,"sizeSlug":"large"}

ରିପୋର୍ଟ ଅନୁସାରେ ଯେଉଁ ଧନିକ ଏହି ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରେ ଆଲୁମିନିୟମ କମ୍ପାନୀ ୟୁନାଇଟେଡ ରସେଲର ଶୀର୍ଷ ଅଧିକାରୀ, ଉଚ୍ଚ ସରକାରୀ ଅଧିକାରୀମାନେ ଅଛନ୍ତି। ଏହି ଭେକ୍ସିନକୁ ଋଷିଆ ସରକାରୀ କମ୍ପାନୀ ଗମଲେୟା ଇନିଷ୍ଟିଚ୍ୟୁଟ୍ ଏପ୍ରିଲରେ ପ୍ରସ୍ତୁତ କରିସାରିଥିଲା। ତେବେ ମିଳୁଥିବା ସୂଚନା ଅନୁସାରେ ୧୨ରୁ ୧୪ ଅଗଷ୍ଟ ସୁଦ୍ଧା ଏହି ଭେକ୍ସିନ ସାର୍ବଜନିକ ଉପଯୋଗକୁ ଆସିଯିବ।

{"id":303070,"sizeSlug":"large"}

ସେପ୍ଟେମ୍ବର ବେଳକୁ ଦେଶରେ ଘରୋଇ କମ୍ପାନୀମାନେ ଏହି ଭେକ୍ସିନର ଉତ୍ପାଦନ ଆରମ୍ଭ କରିବେ। ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଟିକା ନେଇଛନ୍ତି କି ନା ସେ ନେଇ କୌଣସି ସରକାରୀ ଅଧିକାରୀ ମୁହଁ ଖୋଲୁନାହାନ୍ତି। ହେଲେ ଗମଲେଇ ସେଣ୍ଟର ହେଡଙ୍କ ଅନୁସାରେ ଏହି ଟିକାର ହ୍ୟୁମାନ ଟ୍ରାଏଲ ସମ୍ପୂର୍ଣ୍ଣ ସୁରକ୍ଷିତ ପ୍ରମାଣିତ ହୋଇଥିଲା। ଅଗଷ୍ଟରେ ଯେତେବେଳେ ଦେଶରେ ସଂକ୍ରମିତଙ୍କୁ ଭେକ୍ସିନ ଦିଆଯିବ ସେତେବେଳେ ଏହା ଭେକ୍ସିନର ଷ୍ଟେଜ୍-୩ ଟ୍ରାଏଲ ଭଳି ହେବ। କାରଣ ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କର ମନିଟରିଂ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.