କ୍ଷୀରରେ ମିଶାଇ ପିଅନ୍ତୁ ଏକ ଚାମଚ ଘିଅ, ମିଳିବ ଅନେକ ଫାଇଦା

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨/୦୪: ପ୍ରତ୍ୟେକ ଦିନ କିଛି ଛୋଟ ଛୋଟ ଜିନିଷ ଆମକୁ ସୁସ୍ଥ ରଖିଥାଏ । ସୁସ୍ଥ ରହିବା ଏକ ପ୍ରକ୍ରିୟା, ଅର୍ଥାତ୍ ଗୋଟିଏ ଦିନରେ ଆମେ ସୁସ୍ଥ ହୋଇପାରିବା ନାହିଁ । ଯେପରିକି, ଆପଣ ପ୍ରତ୍ୟେକ ଦିନ କ୍ଷୀର ପିଇଥାନ୍ତି , ଏଥିରୁ ଆପଣଙ୍କୁ କେବଳ କ୍ୟାଲସିୟମ୍ ମିଳିନଥାଏ ବରଂ ହାଡକୁ ମଧ୍ୟ ମଜବୁତ କରିଥାଏ । ଯଦି ଆପଣ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଏକ ଚାମଚ ଘିଅ ମିଶାଇ ପିଇବେ ତେବେ ଏହା ଦ୍ୱାରା କ୍ଷୀରର ଉପକାରୀ ଗୁଣ ଆହୁରି ବଢିବା ସହିତ ଅନେକ ଫାଇଦା ମଧ୍ୟ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ଫାଇଦା ବିଷୟରେ...  

{"width":638,"height":320}
The Best Brightening Skincare Ingredients for Glowing Skin - Ask The  Scientists

ସ୍କିନ୍ ଗ୍ଲୋଇଂ କରିଥାଏ :

କ୍ଷୀର ଏବଂ ଘିଅରେ ପ୍ରାକୃତିକ ମଇଶ୍ଚୁରାଇଜର ହେଇଥାଏ । ଏଥିସହିତ ଘିଅ ତ୍ୱଚାକୁ ଭିତରୁ ଏବଂ ବାହାରୁ ସୁଧାରିଥାଏ । ପ୍ରତ୍ୟେକ ସନ୍ଧ୍ୟାରେ କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ତ୍ୱଚା ସୁସ୍ଥ ରହିପବା ସହିତ ଜବାନ ମଧ୍ୟ ଦେଖାଯାଇଥାଏ ।

ମେଟାବୋଲିଜିମ୍ ବଢାଇଥାଏ :

କ୍ଷୀରରେ ଘିଅ ମିଶାଇ ପିଇବା ଦ୍ୱାରା ମେଟାବୋଲିଜିମ୍ ବଢିବା ସହିତ ପାଚନ ତନ୍ତ୍ର ମଜବୁତ ହୋଇଥାଏ ।

ଗଣ୍ଠି ଜନିତ ସମସ୍ୟା ଦୁର ହୋଇଥାଏ :

ଘିଅରେ ଥିବା K2 ହାଡକୁ କ୍ଷୀରର ଅଧିକ କ୍ୟାଲସିୟମ୍ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ପ୍ରାକୃତିକ ଭାବରେ ହାଡ ଶକ୍ତିଶାଳୀ ହୋଇଥାଏ ।

ଡାଇଜେସନ୍ ସିଷ୍ଟମ୍ ଠିକ୍ କରିଥାଏ :

କ୍ଷୀରରେ ଥିବା ଘି ଶରୀର ଭିତରେ ହଜମକାରୀ ଏନଜାଇମର ସ୍ରୋତକୁ ଉତ୍ତେଜିତ କରି ହଜମ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ଏନଜାଇମଗୁଡିକ ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ଭାଙ୍ଗି ଦେଇଥାଏ, ଯାହା ଉତ୍ତମ ହଜମ କରିବାରେ ସାହାଯ୍ୟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.