ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ, ମୁଦିରସ୍ତଙ୍କୁ ଶାଢ଼ୀ ବନ୍ଧା ନୀତି ସମ୍ପନ୍ନ

Published By : Prameya-News7 Bureau | January 28, 2021 IST

ପୁରୀ ୨୮।୧: ଗୁରୁବାର ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଗଜପତି ମହାରାଜାଙ୍କ ଶ୍ରୀନଅରରେ ଏହା ଅନୁଷ୍ଠିତ ହୋଇଛି । ପଞ୍ଚଦେବତା ପୂଜାଠାରୁ ଆରମ୍ଭ କରି ଶାସ୍ତ୍ରୀୟ ପୂଜା ପରେ ଗଜପତି ମହାରାଜାଙ୍କୁ ଅଭିଷେକ କରାଯାଇଥିଲା। ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ନଡ଼ିଆ, ପଇତା ପ୍ରଦାନ କରିବା ସହ ମହାରାଜାଙ୍କୁ ଆଶୀର୍ବାଦ ଦେଇଥିଲେ। ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ଜଗତର କଲ୍ୟାଣ ପାଇଁ ଏହି ନୀତି କରାଯାଉଥିବା ବେଳେ ଏନେଇ ବ୍ରାହ୍ମଣମାନେ ଆଶିଷ ଦେଇଥାନ୍ତି।

ସେହିପରି ଗୁରୁବାର ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କୁ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଛି। ପ୍ରଥା ରହିଛି ଗଜପତିଙ୍କ ପ୍ରତିନିଧି ରୂପେ ମୁଦିରସ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରିଥାନ୍ତି। ଜଣେ ନାବାଳକ ସେବାୟତ ଏହି ମୁଦିରସ୍ତ  ସେବା କରିଥାନ୍ତି। ଗୁରୁବାର ସେହି କ୍ରମରେ ଜଣେ ନାବାଳକ ସେବାୟତଙ୍କୁ ମୁଦିରସ୍ତ ଭାବେ  ଶାଢ଼ୀ ବନ୍ଧାଯାଇଛି। ଭକ୍ତି ଏବଂ ଆଧ୍ୟାତ୍ମିକ ପରିବେଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶାଢ଼ୀ ବାନ୍ଧିବା ପରେ ଏହି ମୁଦିରସ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। 

କୋଭିଡ଼ ସମୟରେ ଗତ ସ୍ନାନ ଯାତ୍ରାରେ ସ୍ନାନ ମଣ୍ଡପରେ ସୁନା ଖଡ଼ିକାରେ ଗଜପତି ମହାରାଜା ଯେଉଁ ଭଳି ଛେରା ପହଁରା କରିଥାନ୍ତି ସେହିଭଳି ଅଦ୍ଭୁତ ପୂର୍ବ କାର୍ଯ୍ୟ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିରରେ   ମହାପ୍ରଭୁଙ୍କ ସମ୍ମୁଖରେ ଯେଉଁ ନୀତିକାନ୍ତି ମହାରାଜା ଦିବ୍ୟସିଂହ ଦେବ କରିଥାନ୍ତି ସେହି ନୀତିକାନ୍ତି ମୁଦିରସ୍ତ ସମ୍ପାଦନ କରିଥାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.