Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ଦେଲେ ଆଶୀର୍ବାଦ – ଗଜପତିଙ୍କର ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ

13/01/2020 at 11:42 AM

ପୁରୀ ୧୩।୦୧ – ରବିବାରରେ  ଶ୍ରୀନହରରେ ଅନୁଷ୍ଠିତ ହୋଇଯାଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ। ଏଥିପାଇଁ ଶ୍ରୀନହରରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ କରାଯିବା ସହ ମଙ୍ଗଳ କାମନା କରାଯାଇଥିଲା। ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ମାନେ ଏକତ୍ରୀତ ହୋଇ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ।

ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା ଦେବାଭିଷେକ ନୀତି ସହ ପରଂପରା ଅନୁଯାୟୀ ଶ୍ରୀନହରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହୋଇଛି। ପୌଷ ପୁର୍ଣ୍ଣିମା ପୁଷ୍ୟା ନକ୍ଷତ୍ରରେ ଶ୍ରୀନହରରେ ଗଜପତିଙ୍କର ପରଂପରା ଏବେ ବି ଚାଲୁ ରହିଛି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ପୁରୀ ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ। ଆଜି ସଂନ୍ଧ୍ୟାର ଏହି ପର୍ବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀନହରରେ ପାରଂପରିକ ଗଜପତିଙ୍କ ପୋଷାକରେ ସିଂହାସନରେ ବସିବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା। ମନ୍ତ୍ର ସ୍ନାନ, ଅଭିସିକ୍ତ ଜଳଛିଞ୍ଚନ ହୋଇ ନୂଆ ପଇତା ଲାଗି ହେବା ପରେ ଅଭିଷେକ ଆରମ୍ଭ କରାଯାଇଥିଲା। ଏହି ଉତ୍ସବ ପାଇଁ ଶ୍ରୀନହର ଚଳଚଞ୍ଚଳ ହୋଇ ଉଠିଥିଲା।

ଅଭିଷେକ ମହୋତ୍ସବ ପରେ ଶୋଳ ଶାସନରୁ ଆସିଥିବା ବ୍ରାହ୍ମଣ ମାନେ ଗଜପତିଙ୍କୁ ପଇତା ଦାନ କରି ଆର୍ଶୀବାଦ ପ୍ରଦାନ କରିଥିଲେ। ରାଜ ପୁରୋହିତଙ୍କ ସହ ଅନ୍ୟ ବ୍ରାହ୍ମଣ ମାନେ ମଧ୍ୟ ମନ୍ତ୍ର ଉଚ୍ଚାରଣ କରି ଏହି ଉତ୍ସବରେ ଗଜପତି ମହାରାଜାଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ମଙ୍ଗଳ କାମନା କରିଥିଲେ। ପରେ ଗଜପତିଙ୍କୁ ବ୍ରାହ୍ମଣ ମାନେ ବସ୍ତ୍ର, ଫଳ ଆଦି ଦେଇଥିଲେ। ଏହା ପରେ ଗଜପତିଙ୍କ ରାଜାଭିଷେକ ପର୍ବ ସଂପର୍ଣ୍ଣ ହୋଇଥିଲା।

ଦେଶରୁ ରାଜାରାଜୁଡ଼ା ବ୍ୟବସ୍ଥା ବିଲୁପ୍ତ ହୋଇଯିବା ପରେ ମଧ୍ୟ ପୁରୀ ଶ୍ରୀନହରରେ ଗଜପତି ମହାରାଜାଙ୍କର ଏହି ପରଂପରା ଆଜି ବି ବଞ୍ଚି ରହିଛି। ଏହା ସହ ନୂତନ ଅଙ୍କ ଆରମ୍ଭ ପରଂପରା ମଧ୍ୟ ରହିଛି ଯାହାକି ପୂର୍ବ ପରଂପରା ପ୍ରଥାକୁ ନେଇ ଏହି କାର୍ଯ୍ୟକ୍ରମ ଶ୍ରୀନହରରେ ହୋଇଛି।

   Related Posts