Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଉତ୍ତରାଖଣ୍ଡର ମଙ୍ଗ ଧରିଲେ ପୁଷ୍କର ସିଂ ଧାମି, ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

4/07/2021 at 5:31 PM

ଡେରାଡୁନ୍‌, ୦୪/୦୭: ଉତ୍ତରାଖଣ୍ଡର ମଙ୍ଗ ଧରିଲେ ବିଜେପି ନେତା ତଥା ପୁଷ୍କର ସିଂ ଧାମି । ଖତିମା ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୁଷ୍କର ଆଜି ଉତ୍ତରାଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଚାରି ମାସ ମଧ୍ୟରେ ସେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଏହି ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି । ଚାରିମାସ ପୂର୍ବେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ପରେ ତିରଥ ସିଂ ରାୱତ ସିଏମ ଭାବରେ ଶପଥ ଗ୍ରହଣ କରିଥିଲେ । ତେବେ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ପୁଷ୍କର ସିଂ ଧାମିଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବରେ ନିଷ୍ପତ୍ତି ନିଆଯାଇଥିଲା  ।

ଉଦମ ସିଂ ନାଗରର ଖତିମା ବିଧାନସଭା ଆସନରୁ ସେ ଦ୍ୱିତୀୟ ଥର ପାଇଁ ବିଧାୟକ ହୋଇଛନ୍ତି । ଧାମି ବିଜେପିର ଜଣେ ଯୁବ ନେତା । ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସେ ହେଉଛନ୍ତି ସର୍ବ କନିଷ୍ଠ । ଉଲ୍ଲେଖଥାଉ କି, ଅଳ୍ପ ବୟସରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ ଏହି ରାସ୍ତା ତାଙ୍କ ପାଇଁ ଏତେ ସହଜ ନୁହେଁ ବୋଲି କୁହାଯାଉଛି ।

ତେବେ ପୁଷ୍କର ସିଂ ଧାମିଙ୍କ ଜନ୍ମ ୧୯୭୫ ମସିହା ସେପ୍ଟେମ୍ବର ୧୬ ତାରିଖରେ ରାଜ୍ୟର ପିଥୋରଗଡ଼ ଜିଲ୍ଲାର କାନାଲିଚିନ୍ନାରେ ହୋଇଥିଲା । ସେ ଲାଖଲୁ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଧାମି ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି । ଏହା ସହିତ ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଏଲଏଲ୍‌ବି ଶିକ୍ଷା ଗ୍ରହଣ କରିଛନ୍ତି । ୧୯୯୦-୧୯୯୯ ମସିହା ଯାଏ ଏବିଭିପିର ଭିନ୍ନ ଭିନ୍ନ ପଦରେ ଧାମି କାମ କରିଥିଲେ । ୨୦୦୨-୨୦୦୬ ଯାଏ ସେ ଦଳର ଯୁବାମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷ ବି ଥିଲେ । ୨୦୧୨ରେ ସେ ପ୍ରଥମ ଥର ପାଇଁ ଖଟିମା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୭ରେ ସେହି ଆସନରୁ ସେ ପୁଣି ଥରେ ବିଜୟ ଲାଭ କରିବାରେ ସଫଳ ହୋଇଥିଲେ । ଧାମିଙ୍କୁ ଆରଏସ୍‌ଏସ୍‌ ସହ ଘନିଷ୍ଠ ଭାବେ ମଧ୍ୟ ବିବେଚନା କରାଯାଇଥାଏ । ୪୫ ବର୍ଷୀୟ ଏହି ନେତା ଜଣକ ଜଣେ ନିର୍ବିବାଦୀୟ ଚେହେରା ଭାବେ ମଧ୍ୟ ଜଣାଶୁଣା ।

   Related Posts