ପୁଷ୍କର ସିଂ ଧାମୀ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

Published By : Prameya-News7 Bureau | July 03, 2021 IST

ହରିଦ୍ବାର ୦୩/୦୭ : ପୁଷ୍କର ସିଂହ ଧାମୀ ହେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏ ନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉତ୍ତରାଖଣ୍ଡର ଖଟିମା ଆସନରୁ ବିଧାୟକ ଅଛନ୍ତି ପୁଷ୍କର ସିଂହ ଧାମୀ । ଗତକାଲି ତୀରଥ ସିଂହ ରାଓ୍ବତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତୀରଥ୍ ସିଂହ ରାଓ୍ବତ ଇସ୍ତଫା ଦେବାପରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା । ଶେଷରେ ପୁଷ୍କର ସିଂହ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବାକୁ  ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଅନେକ କଳ୍ପନା ଜଳ୍ପନା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂହ ରାଓ୍ବତ । ଦାୟିତ୍ଵ ଗ୍ରହଣ କରିବାର ମାତ୍ର ୪ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ଇସ୍ତଫା ଦେବାକୁ ଚାହୁଁଥିବା କହିଥିଲେ। ଚିଠିରେ ଉଲ୍ଲେଖ କରିଥିଲେ ଯେ, ‘ଭାରତୀୟ ସମ୍ପିଧାନର ଧାରା ୧୬୪-ଏ ଆଧାରରେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ବିଧାନସଭାର ସଦସ୍ୟ ହେବାର ଥିଲା । କିନ୍ତୁ ଧାରା ୧୫୧ ଆଧାରରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଏକ ବର୍ଷରୁ କମ ସମୟ ଥାଏ ତେବେ ସେଠା​‌ରେ ଉପ-ନିର୍ବାଚନ ହୋଇପାରିବ ନାହିଁ । ତେଣୁ ଉତ୍ତରାଖଣ୍ଡରେ ସାମ୍ବିଧାନିକ ସଙ୍କଟ ନଦେଖାଯାଉ ସେଥିପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁଛି’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.