ଆଜି ମହାପ୍ରଭୁ ଅଲାରନାଥଙ୍କ ପୁଷ୍ୟାଭିଷେକ ; ରାଜାରାଜେଶ୍ବର ବେଶରେ ଦେବେ ଦର୍ଶନ

Published By : Prameya-News7 Bureau | January 21, 2019 IST

ବ୍ରହ୍ମଗିରି ୨୧|୧:  ଆଜି ମହାପ୍ରଭୁ ଅଲାରନାଥଙ୍କର ପୁଷ୍ୟାଭିଷେକ। ରାଜାରାଜେଶ୍ବର ବେଶରେ ପ୍ରଭୁ ଅଲାରନାଥ ଦର୍ଶନ ଦେବେ । ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ । ବର୍ଷ ତମାମ ମହାପ୍ରଭୁ ମନ୍ତ୍ରସ୍ନାନ ହେଉଥିବାବେଳେ ଆଜି ୧୦୮କଳସରେ ମହାପ୍ରଭୁ ମହାସ୍ନାନ ହେବେ । ସେଥିପାଇଁ ମନ୍ଦିର ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

{"id":76401}

ରବିବାର ଦିନ ମହୋଦଧି, ଭାର୍ଗବୀ ନଦୀ, ଅର୍ଜୁନଙ୍କ ସର ପୋଖରୀ, ତ୍ରିବେଣୀ ଘାଟ ଏବଂ  ମନ୍ଦିରରେ ଥିବା ଯମୁନା କୂଅରୁ ପଞ୍ଚତୀର୍ଥ ଜଳ ସଂଗ୍ରହ କରାଯାଇ ଏକତ୍ରିତ କରାଯାଇଛି।  ଘଣ୍ଟ ଘଣ୍ଟା, ଖୋଳ କୀର୍ତନ ମାଧ୍ୟମରେ ବିରାଟ ପଟୁଆର ସହିତ ପଣ୍ଡା ସେବକ, ପତ୍ରି ସେବକ ଓ ସୁଆର ସେବକଙ୍କ ଦ୍ବାରା ପଞ୍ଚ ତୀର୍ଥ ଜଳ ଅଣାଯାଇ ମନ୍ଦିରରେ  ରଖାଯାଇଥିଲା । ସେଥିରେ ଚୁଆ, ଚନ୍ଦନ, ଅଗୁର, କସ୍ତୁରୀ, କର୍ପୁର ସୁଦ୍ଧ ଘିଅ ମିଶ୍ରିତ କରାଯାଇ ୧୦୮ କଳସୀରେ  ରଖାଯାଇଥିଲା।

{"id":76402}

ଆଜି ସକାଳୁ ମହାପ୍ରଭୁଙ୍କର ଦୈନିକ ନୀତି ଏବଂ ସକାଳ ଧୂପ ସରିଛି ।   ଅପରାହ୍ନ ୩ଟାରେ  ଶ୍ରୀଜିଉଙ୍କୁ ୧୦୮ କଳସ ମନ୍ତ୍ରପୁତ ପଞ୍ଚତୀର୍ଥ ଜଳରେ ସେବାୟତମାନେ ରତ୍ନ ସିଂହାସନ ଉପରେ ସ୍ନାନ କରାଇବା ସହିତ ଅଭିଷେକ କାର୍ଯ୍ୟକ୍ରମ ହେବ। ପରେ ମହାପ୍ରଭୁଙ୍କୁ ରାଜାରାଜେଶ୍ବର ବେଶ କରାଯିବ। ଏହି ବେଶକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.