ବିହାର ନିର୍ବାଚନ ; ବ୍ୟାକଫୁଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ , ୨ଟି ଯାକ ସ୍ଥାନରେ ପଛରେ ପଡିଯାଇଛନ୍ତି ପୁଷ୍ପମ ପ୍ରିୟା ଚୌଧୁରୀ

Published By : Prameya-News7 Bureau | November 10, 2020 IST

ବିହାର ୧୦/୧୧ ;  ବିହାର ନିର୍ବାଚନରେ ପଛରେ ପଡିଯାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ନବନିର୍ମିତ ଦଳ “ ଦି ପ୍ଲୁରାଲସ ପାର୍ଟି” ପ୍ରମୁଖ ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢୁଥିବା ପ୍ରାର୍ଥୀନି ପୁଷ୍ପମ୍ ପ୍ରିୟା ଚୌଧୁରୀ ଲଢୁଥିବା ୨ଟି ଯାକ ସିଟରେ ତାଙ୍କର ପ୍ରତିଦ୍ବନ୍ଦିଙ୍କ ଠାରୁ ପଛରେ ପଡିଯାଇଥିବା ସୂଚନା ମିଳିଛି । ସେ ପାଟଣାର ବାଙ୍କୀପୁର ଏବଂ ମଧୁବନୀ ନିର୍ବାଚନ ମଣ୍ଡଳୀରୁ ଲଢୁଥିଲେ । ବାଙ୍କୀପୁର କ୍ଷେତ୍ରରୁ ପୁଷ୍ପମ ପ୍ରିୟା ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ଲବ ସିହ୍ନାଙ୍କ ଠାରୁ ବହୁ ଆଗରେ ଅଛନ୍ତି ।

ପୁଷ୍ପମ ପ୍ରିୟା ମାର୍ଚ୍ଚ ୨୦୨୦ରେ ନିଜର ନୂଆ ଦଳ ଘୋଷଣା କରିଥିଲେ ଏବଂ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଘୋଷଣା କରିଥିଲେ । ଲଣ୍ଡନ ଫେରନ୍ତା ପୁଷ୍ପମ୍ ପ୍ରିୟା ଚୌଧୁରୀ, ନୀତିଶ କୁମାରଙ୍କ ନିକଟତର ତଥା ବରିଷ୍ଠ ଜେଡିୟୁ ନେତା  ବିନୋଦ ଚୌଧୁରୀଙ୍କ ଝିଅ । ଏହାରି ମଧ୍ୟରେ ପୁଷ୍ପମ ଚୌଧୁରୀ ନୂଆ ଦଳ ଗଢିବା ଏବଂ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ସମସ୍ତଙ୍କୁ ଚକିତ କରିଥିଲା । ବିହାର ନିର୍ବାଚନରେ ପୁଷ୍ପମ ପ୍ରିୟାଙ୍କ “ ଦି ପ୍ଲୁରାଲସ ପାର୍ଟି” ୪୩ଟି ସିଟରେ ପ୍ରାର୍ଥୀ ଦେଇଛି । ଖୋଦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସମେତ ପ୍ରାୟ ସମସ୍ତ ସିଟରେ ଦଳ ଅମାନତ ହରାଇବା ଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.