ଦୁଇଟି ସିଟ୍‌ରେ ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପୁଷ୍ପମ ପ୍ରିୟା, କହିଲେ- ଇଭିଏମ ହ୍ୟାକ୍ ହୋଇଛି

Published By : Prameya-News7 Bureau | November 10, 2020 IST

ପାଟନା ୧୦।୧୧: ବିହାର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଟ୍ରେଣ୍ଡ ଅନୁଯାୟୀ ଏନଡିଏ ପୁଣି ଥରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢୁଥିବା ଦେଖିବାକୁ ମିଳିଛି। ହେଲେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନୀ ମଇଦାନରେ ଓହ୍ଲାଇଥିବା ପୁଷ୍ପମ ପ୍ରିୟା ଚୌଧୁରୀଙ୍କୁ ଜୋରଦାର ଝଟକା ଲାଗିଛି। ସେ ଲଢିଥିବା ଦୁଇଟି ଆସନରେ ବହୁ ପଛରେ ରହିଛନ୍ତି। ଏହା ପରେ ସେ ଟ୍ଵିଟ୍ କରି ଇଭିଏମ୍ ହ୍ୟାକ୍‌ କରାଯାଇଥିବା ଅଭିଯୋଗ କରିଛନ୍ତି।

ଟ୍ରେଣ୍ଡରେ ପଛୁଆ ରହିବା ପରେ ପ୍ଲୁରାଲ୍ସ ପାର୍ଟିର ସଭାପତି ପୁଷ୍ପମ ପ୍ରିୟା ଗୋଟିଏ ପରେ ଗୋଟିଏ ଅନେକ ଟ୍ଵିଟ୍ କରି ବିହାର ନିର୍ବାଚନରେ ଇଭିଏମ ହ୍ୟାକ୍ ହୋଇଥିବା ଅଭିଯୋଗ କରିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ପ୍ଲୁରାଲ୍ସ ପାର୍ଟିର ଭୋଟ୍ ଏନଡିଏକୁ ସ୍ଥାନାନ୍ତର କରାଯାଇଛି। ସେ ଆଉ ଏକ ଟ୍ଵିଟ୍‌ରେ ଅଭିଯୋଗ କରିଛନ୍ତି, ବୁଥ୍ ଆଧାରରେ ପ୍ଲୁରାଲ୍ସ ପାର୍ଟିର ଭୋଟ୍ ଚୋରି କରାଯାଇଛି।

wp:html /wp:html

ପୁଷ୍ପମ ପ୍ରିୟା ଚୌଧୁରୀ ବାଙ୍କିପୁର ସିଟ୍‌ରେ ବହୁ ପଛରେ ପଡିଛନ୍ତି ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଅପରାହ୍ନ ୧ଟା ୩୦ ସୁଦ୍ଧା ତାଙ୍କୁ କେବଳ ୭୫୧ ଖଣ୍ଡ ଭୋଟ୍ ମିଳିଛି। ବାଙ୍କିପୁର ଅସାନରେ ବିଜେପିର ନୀତିନ ନବିନ ଆଗରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥି ଲଭ ସିହ୍ନା ଦ୍ଵିତୀୟରେ ରହିଛନ୍ତି।

ପୁଷ୍ପମ ପ୍ରିୟା ବାଙ୍କିପୁରା ବ୍ୟତୀତ ମଧୁବନୀ ଜିଲ୍ଲାର ବିସ୍‌ଫି ଆସନରୁ ମଧ୍ୟ ନିର୍ବାଚନୀ ମଇଦାନରେ ଅଛନ୍ତି। ମାତ୍ର ତାଙ୍କୁ ଏହି ଆସନରୁ ଅପରାହ୍ନ ୧ଟା ୩୦ ସୁଦ୍ଧା କେବଳ ୩୩୩ ଭୋଟ୍ ମିଳିଛି। ସବୁଠୁ ରୋଚକ କଥା ପୁଷ୍ପମଙ୍କ ଅପେକ୍ଷା ନୋଟାକୁ ତିନି ଗୁଣ ଅଧିକ ଭୋଟ୍ ମିଳିଛି। ଏଠାରେ ବିଜେପି ପ୍ରାର୍ଥୀ ହରିଭୂଷଣ ଠାକୁର ୩୧ ହଜାରରୁ ଅଧିକ ଭୋଟ୍ ସହିତ ଅଗ୍ରଣୀ ହାସଲ କରିଛନ୍ତି। ଦ୍ଵିତୀୟରେ ଥିବା ଆରଜେଡି ପ୍ରାର୍ଥୀ ଫୈୟାଜ ଅହମ୍ମଦ ଦ୍ଵିତୀୟରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.