ପୁରୀ ସିଂହଦ୍ବାରରେ ପୁରୁଷତ୍ତୋମ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ

Published By : Prameya-News7 Bureau | December 01, 2019 IST

ପୁରୀ ୦୧।୧୨: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଆୟୋଜିତ ହୋଇଯାଇଛି ପୁରୁଷତ୍ତୋମ ପ୍ରାର୍ଥନା କାର୍ଯ୍ୟକ୍ରମ। ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ରବିବାର ସକାଳେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

{"id":192459,"sizeSlug":"large"}

ଶ୍ରୀମନ୍ଦିର ପୁରୀକୁ ଆସୁଥିବା ଭକ୍ତମାନେ ଏହି ଉତ୍ସବରେ ସାମିଲ ହେବା ସହ ମନଭରି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଗତ ଦେଢ଼ମାସ ଧରି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନୁଷ୍ଠିତ ହେଉଛି ପୁରୁଷାତ୍ତମ ପ୍ରାର୍ଥନା ଉତ୍ସବ। ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

{"id":192460,"sizeSlug":"large"}

ଆଜି ସିଂହଦ୍ୱାର ସମ୍ମୁଖରେ ସମବେତ ପ୍ରାର୍ଥନା, ଗୀତା ପାଠ, ସଂକୀର୍ତ୍ତନ, ଯୋଗ ପ୍ରାଣାୟମ ଆଦି ଆୟୋଜିତ ହୋଇଥିଲା । ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ ଦର୍ଶନ ସାରିବା ପରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ମହାପ୍ରଭୁଙ୍କୁ ଦୀପଦାନ କରାଯାଇଥିଲା। ଏହାପରେ ବରିଷ୍ଠ ଶ୍ରୀମନ୍ଦିର ସଂସ୍କୃତି ପ୍ରଚାରକ ଜଗନ୍ନାଥଷ୍ଟମ୍ ପାଠ କରିଥିବା ବେଳେ ରାମଚରଣ ଦାସ ମହାରାଜ ଗୀତାର ବିଭିନ୍ନ ଅଧ୍ୟାୟ ପାଠ କରିଥିଲେ। ସେହିପରି ଏହି ଅବସରରେ ଯୋଗାସନ ମଧ୍ୟ ପ୍ରଦର୍ଶୀତ ହୋଇଥିଲା। ଶ୍ରୀକ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ତଥା ଲିଙ୍ଗରାଜ କଳା ନିକେତନର ନୃତ୍ୟଶିଳ୍ପୀମାନେ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.