Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଶ୍ରୀମନ୍ଦିର ସିଂହଦ୍ବାରରେ ପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ, ସାମିଲ ହେଲେ ଭକ୍ତ

24/11/2019 at 6:08 PM

ପୁରୀ ୨୪।୧୧: ପୁରୀ ଶ୍ରୀମନ୍ଦିର ସିଂହଦ୍ବାରରେ ଆୟୋଜିତ ହୋଇଯାଇଛି ପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ । ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ରବିବାର ସକାଳେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଶ୍ରୀମନ୍ଦିର ଏବଂ ପୁରୀକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏହି ଉତ୍ସବରେ ସାମିଲ ହେବା ସହ ମନଭରି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ଶ୍ରୀମନ୍ଦିର ଓ ପୁରୀକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଛି ପୁରୁଷୋତ୍ତମ ପ୍ରାର୍ଥନା ଉତ୍ସବ। ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ରବିବାର ସକାଳେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ଆଜି ସିଂହଦ୍ବାର ସମ୍ମୁଖରେ ସମବେତ ପ୍ରାର୍ଥନା, ଗୀତା ପାଠ, ସଂକୀର୍ତ୍ତନ, ଯୋଗ ପ୍ରାଣାୟମ ଇତ୍ୟାଦି ଆୟୋଜିତ ହୋଇଥିଲା ।

ମହାପ୍ରଭୁଙ୍କୁ ଦୀପଦାନ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବରିଷ୍ଠ ଶ୍ରୀମନ୍ଦିର ସଂସ୍କୃତି ପ୍ରଚାରକ ସୂର୍ଯ୍ୟନାରାୟଣ ରଥଶର୍ମା ଜଗନ୍ନାଥଷ୍ଟମ୍ ପାଠ କରିଥିବା ବେଳେ ରାମଚରଣ ଦାସ ମହାରାଜ ଗୀତାର ବିଭିନ୍ନ ଅଧ୍ୟାୟ ପାଠ କରିଥିଲେ। ସେହିପରି ଏହି ଅବସରରେ ଯୋଗାସନ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ନାରାୟଣ ପାଣ୍ଡେ ଓ ପୁରୀ ଡ଼ାନ୍ସ ଏକାଡ଼େମୀର ନୃତ୍ୟଶିଳ୍ପୀମାନେ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଶ୍ରୀମନ୍ଦିର ପ୍ରଶାସନର ସ୍ବାଧ୍ୟାୟ ଯୋଜନାରେ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ରବିବାର ସକାଳ ୬ଟା ୩୦ମିନିଟ୍ ରେ ଓ ପ୍ରତ୍ୟେକ ସଂକ୍ରାନ୍ତି ତିଥିରେ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

   Related Posts