Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଖୁଡିକୁ ଧାରୁଆ ଅସ୍ତ୍ରରେ ପୁତୁରାର ଆକ୍ରମଣ, ଗୁରୁତର ଅବସ୍ଥାରେ ମମତା ମେଡିକାଲରେ ଭର୍ତ୍ତି

12/03/2020 at 12:08 PM

ବାଙ୍କୀ ୧୨।୦୩ : ଜମିବାଡି ବିବାଦକୁ ନେଇ ଖୁଡି ଆକ୍ରମଣ କଲା ପୁତୁରା । ଖୁଡି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ହୋଇଥିବା ଖୁଡି ବାଙ୍କି ଡମପଡା ବ୍ଲକ ହରିରାଜପୁର ପଞ୍ଚାୟତ ସମିତିସଭ୍ୟା ମମତା ବେହେରା ବୋଲି ଜଣାପଡିଛି। ମମତା ହରିରାଜପୁର ପଞ୍ଚାୟତର ସମିତିସଭ୍ୟା ଅଛନ୍ତି । ଅନ୍ୟପଟେ ଆକ୍ରମଣ କରିଥିବା ପୁତୁରା ରଞ୍ଜନ କୁମାର ବେହେରା ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ,  ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁର ଖୁଡି ମମତା ବେହେରା ଓ ତାଙ୍କ ପୁତୁରା ରଞ୍ଜନ କୁମାର ବେହେରାଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଉଭୟଙ୍କ ଗଣ୍ଡଗୋଳ ହୋଇଥିଲା । ତେବେ ଗୁରୁବାର ଦିନ ସକାଳ ସମୟରେ ମମତା ଘର ସମ୍ମୁଖରେ କୌଣସି କାମ କରୁଥିବା ବେଳେ ପୁତୁରା ବିରୋଧ କରିଥିଲା । ଏବଂ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ହୋଇଥିଲା । ତେବେ ବିବାଦ ଏତେ ଭୟଙ୍କର ଥିଲା ଯେ, ପୁତୁରା ଏକ ଧାରୁଆ ଅସ୍ତ୍ରରେ ଖୁଡିକୁ ଆକ୍ରମଣ କରିଥିଲା । ମମତାଙ୍କ ବାମ ଗୋଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଜୀବନ ବିକଳରେ ଖୁଡି ଘଟଣାସ୍ଥଳରୁ ଖସିଯାଇଥିଲେ  । ଏବଂ ବାଙ୍କି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଘଟଣା ପରଠାରୁ ପୁତୁରା ରଞ୍ଜନ ଫେରାର ରହିଛି ।

   Related Posts