Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୂଆ ରୂପରେ ଘରକୁ ଫେରିବେ ପୂର୍ଣ୍ଣ ଗୌଡ, ହଲିମ୍ ଖାନ୍‌ଙ୍କୁ କର୍ଲାଗୁଡା ଆସିବାକୁ ଅନୁରୋଧ

9/10/2021 at 1:47 PM

କଳାହାଣ୍ଡି ୯।୧୦: ନୂଆ ରୂପରେ ପୂର୍ଣ୍ଣ ଗୌଡ । ପ୍ରମେୟ ନ୍ୟୁଜ୍ ସେଭେନ୍ ଡଟ୍ କମ୍ ରେ ଖବର ପ୍ରସାରଣ ପରେ ଭାଇରାଲ୍ ହୋଇଥିଲା ପୂର୍ଣ୍ଣଙ୍କ ଖବର । ନିଖୋଜର ୫ ବର୍ଷ ପରେ ପରିବାରର ପତ୍ତା ମିଳିଲା ସହ ଗୁଜୁରାଟ ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଛି । ପୂର୍ଣ୍ଣର କେଶ କାଟି ସଫା ସୁତୁରା କରିବା ସହ କଳାହାଣ୍ଡିରୁ ପୂର୍ଣ୍ଣକୁ ଆଣିବାକୁ ଯାଇଥିବା ପରିବାରକୁ ଅପେକ୍ଷା କରିଛି ।

ସେପଟେ ପୂର୍ଣ୍ଣ ପରିବାରର ୩ ସଦସ୍ୟ ବାପା, କାକା ଓ ଜଣେ ସଂପର୍କୀୟ ଟ୍ରେନରେ ଗୁଜରାଟ ଯାଇଛନ୍ତି। ପୂର୍ଣ୍ଣର ପରିବାରର ସାମର୍ଥ୍ୟ ନଥିବାରୁ ସ୍ବେଚ୍ଛାସେବୀ ରାଜୀବ ଲୋଚନ ଶତପଥୀ ପୂର୍ବ ଆଶ୍ଵାସନା ଅନୁଯାୟୀ ସମସ୍ତ ବ୍ୟବସ୍ଥା ସହ ଗୁଜରାଟର ହଲିମ ଖାନ୍ ଙ୍କ ପାଇଁ ଏକ ଉପହାର କଳାହାଣ୍ଡିବାସୀଙ୍କ ତରଫରୁ ପ୍ରଦାନ କରିଛନ୍ତି । କର୍ଲାଗୁଡାର ବାସିନ୍ଦା ହଲିମ ଖାନ୍‌ଙ୍କୁ କର୍ଲାଗୁଡା ଆସିବାକୁ ଅନୁରୋଧ ବାର୍ତ୍ତା ବି ପଠାଇଛନ୍ତି।

ଗୁଜୁରାଟର ଜଣେ ସହୃଦୟ ଯୁବକଙ୍କ ଭିଡିଓ କଳାହାଣ୍ଡିର ଏକ ପରିବାରରେ ଫେରାଇ ଆଣିଛି ହସ । ପ୍ରମେୟ ନ୍ୟୁଜ୍ ସେଭେନ୍ ଡଟ୍ କମ୍ ର ଖବର ଏପରି ପୁର୍ନମିଳନରେ ହୋଇଛି ସଫଳ ମାଧ୍ୟମ । ଗତ ୩ ଦିନ ତଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ପରେ ମିଳିଥିଲା ଯୁବକଙ୍କ ଠିକଣା । ନାମ ପୂର୍ଣ୍ଣ ଗୌଡ, ଘର କଳାହାଣ୍ଡିର ଭବାନୀପାଟଣା ଅନ୍ତର୍ଗତ କର୍ଲାଗୁଡା। ଯୁବକଙ୍କ ଠିକଣା ପାଇଁ ସୋସିଆଲ ମିଡ଼ିଆରେ ଲୋକଙ୍କ ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ ତଥା ମାନବିକତାର ଜିତ ହୋଇଛି। ଆଶା ନିଖୋଜର ୫ ବର୍ଷ ମଧ୍ୟରେ ମାନସିକ ଭାରସାମ୍ୟ ହରାଇଥିବା ପୂର୍ଣ୍ଣ ଘରକୁ ଫେରି ନୂଆ ଜୀବନର ଶୁଭାରମ୍ଭ କରିବେ।

   Related Posts