ପୁରୀ ୨୪/୧୦ : ନିଆରା କଳାକୃତି ପାଇଁ ପୁରୀର ଦୁଇ ଛାତ୍ର ଏବେ ଖୁବ୍ ଚର୍ଚ୍ଚା ସାଉଣ୍ଟିଛନ୍ତି। ଆଇସକ୍ରିମ୍ କାଠିରେ ମା’ ଦୁର୍ଗା, ଗଣେଶ ଓ ଜଗନ୍ନାଥଙ୍କ ପ୍ରତିମା ତିଆରି କରି ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ସିଦ୍ଧମହାବୀର କୁମୁଟିପାଟଣା ଅଂଚଳର ବିଶ୍ବଜିତ୍ ନାୟକ। ସେହିଭଳି ପୁରୀ କୁମ୍ଭାରପଡ଼ା ଅଂଚଳର ଶାଶ୍ବତ ସାହୁ ଦିଆସିଲ କାଠିରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ତିଆରି କରିଛନ୍ତି।
{"id":350170,"sizeSlug":"large"}ନିଆରା କଳାକୃତି ପାଇଁ ଏସିଆବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ପୁରୀ ସିଦ୍ଧମହାବୀ କୁମୁଟିପାଟଣା ଅଂଚଳର ବିଶ୍ବଜିତ୍ ନାୟକ। ୫ହଜାର ୫୭୫ଖଣ୍ଡ ଆଇସକ୍ରିମ୍ କାଠିରେ ବିଶ୍ବଜିତ୍ ତିଆରି କରିଥିବା ଗଜାନନଙ୍କ ପ୍ରତିମା ଜୁରି ମେମ୍ବରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କେବଳ ଏହି ଗୋଟିଏ ପ୍ରତିମା କାହିଁକି ଆଇସକ୍ରିମ୍ କାଠିରେ ମା‘ ଦୁର୍ଗାଙ୍କ ପ୍ରତିମା, ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ତିଆରି କରି ଖୁବ୍ ଚର୍ଚ୍ଚା ସାଉଣ୍ଟିଛନ୍ତି ଯୁବ ପ୍ରତିଭା ବିଶ୍ବଜିତ୍।
ବିଶ୍ବଜିତ୍ଙ୍କ ଭଳି ପୁରୀ କୁମ୍ଭାରପଡ଼ା ଅଂଚଳର ଆଉ ଜଣେ ଯୁବ ପ୍ରତିଭା ହେଲେ ଶାଶ୍ବତ୍ ସାହୁ। ଯିଏ ଦିଆସିଲ୍ କାଠିରେ ମହାପ୍ରଭୁ ଜଗନ୍ନାଥଙ୍କ ସୁନ୍ଦର ପ୍ରତିମା ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ୧୭ଇଞ୍ଚ୍ ଉଚ୍ଚ, ୧୫ଇଞ୍ଚ ଲମ୍ବର ଏହି କଳାକୃତିକୁ ପ୍ରସ୍ତୁତ କରିବାକୁ ଶାଶ୍ବତଙ୍କୁ ୨୧ଦିନ ସମୟ ଲାଗିଥିଲା। ଶହ ଶହ ଡିଆସିଲ୍ କାଠିକୁ ଅଠାରେ ଯୋଡ଼ି ସେ ମହାପ୍ରଭୁଙ୍କ ଏଭଳି ପ୍ରତିମା ତିଆରି କରିଛନ୍ତି। ଆଉ ତାଙ୍କର ଏହି କଳାକୃତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି।
{"id":350171,"sizeSlug":"large"}କରୋନା ମହାମାରୀ ସମୟରେ ଘରେ ବସି ନିଜର ଅନ୍ତର୍ନିହିତ ପ୍ରତିଭାକୁ ଏଭଳି କଳାକୃତି ମାଧ୍ୟମରେ ପରିପ୍ରକାଶ କରିଥିବା ଏହି ଦୁଇ ଯୁବ କଳାକାର ତାଙ୍କ ଭଳି ଯୁବକମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ।