Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଢ଼ିଲା ସମ୍ଭାବନା: କୋଭିଡ୍‌ କଟକଣା ଭିତରେ ସ୍ନାନଯାତ୍ରା କରିବାକୁ ହୋଇଛି ନିଷ୍ପତ୍ତି

21/05/2020 at 10:03 PM

ପୁରୀ୨୧/୫: ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଢ଼ିଲା ସମ୍ଭାବନା । କୋଭିଡ୍‌ କଟକଣା ଭିତରେ ସ୍ନାନଯାତ୍ରା କରିବାକୁ ହୋଇଛି ନିଷ୍ପତ୍ତି ।ଏଥି ପାଇଁ ଆଜି ପ୍ରମୁଖ ୧୦ଟି ନିଯୋଗ ସହ ଆଲୋଚନା କରିଥିଲା ଶ୍ରୀମନ୍ଦିର ପଶାସନ ।  ସୀମିତ ସଂଖ୍ୟକ ସେବାୟତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସ୍ନାନଯାତ୍ରା କରିବାକୁ ସହମତ ହୋଇଛନ୍ତି ସେବାୟତ ।

ବହୁତ ହୋଇଗଲା । କେତେ ଦିନ ଆଉ ଭକ୍ତ ବିନା ରହିବେ ଭକ୍ତବତ୍ସଳ ଜଗତ ଠାକୁର । କାଳିଆ ସାଆନ୍ତଙ୍କୁ ଆଉ ଭଲ ଲାଗୁନି ନୀଳକନ୍ଦରର ରତ୍ନସିଂହାସନ । ଭକ୍ତଙ୍କୁ ଭେଟିବାକୁ ତାଙ୍କର ଭାରି ଇଚ୍ଛା ହେଲାଣି । ଶ୍ରୀମନ୍ଦିର ଗମ୍ଭୀରା ଭିତରୁ ବାହାରିବାକୁ ଉଚ୍ଛନ୍ନ ହେଲାଣି ମହାପ୍ରଭୁଙ୍କ ମନ । ସିଏ ପରା କୋଟି ଓଡ଼ିଆଙ୍କ ମଉଡ଼ମଣୀ  । ଏତେ ଦିନ ହେଲାଣି ଭଗବାନଙ୍କ ଦର୍ଶନ ନପାଇ ଭକ୍ତର ମନ ବି ବିକଳ ହୋଇଉଠିଲାଣି । ସ୍ନାନଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦେବେ କି ମହାପ୍ରଭୁ ?  ସେତେବେଳେ ଭକ୍ତର ମନରେ ଏଇ ଆଶା ଉଙ୍କିମାରିଛି, ଯେତେବେଳେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରମୁଖ ୧୦ଟି ନିଯୋଗ ସହ ଆଲୋଚନା ପରେ କୋଭିଡ୍‌ କଟକଣା ସହ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନଯାତ୍ରା କରିବାକୁ ନିଆଯାଇଛି ନିଷ୍ପତ୍ତି । ତେବେ କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଅନ୍ୟ ସେବାୟତ କିମ୍ବା ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିବ ।

ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା  ପାଇଁ ନିଷ୍ପତ୍ତି ନେବା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ସମ୍ଭାବନା ବଢ଼ିଛି। ପରମ୍ପରା ରକ୍ଷା କରିବା ସହ ଦାୟିତ୍ବରେ ଥିବା ସେବାୟତମାନେ ମହାପ୍ରଭୁଙ୍କ ଅନ୍ୟ ସମସ୍ତ ନୀତି କରିବା ସହ ରଥଟଣା ମଧ୍ୟ ଶାନ୍ତିଶୃଙ୍ଖଳାରେ କରିବାକୁ ପ୍ରସ୍ତାବ ଦେଇଛନ୍ତି । ତେବେ ଏଥର ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଅନବସର ନୀତି କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଦେଇଛନ୍ତି ସେବାୟତ । ହେଲେ ସ୍ନାନଯାତ୍ରାରେ ମହାପ୍ରଭୁ ସ୍ନାନବେଦୀକୁ କିପରି ଆସିବେ ଓ  ଦେବସ୍ନାନ ଓ ପୂଜାନୀତି ସର୍ବ ସମ୍ମୁଖରେ ହେବ କି ନାହି: ତାହା ଲକଡାଉନ୍‌ ଅବଧି ସରିବା ପରେ ନିଷ୍ପତ୍ତି ନିଆଯିବ ।

ସେପଟେ ବାତ୍ୟା ପାଇଁ ସ୍ଥଗିତ ରହିଥିବା ରଥ ନିର୍ମାଣ କାମ ଆଜି ପୁଣି ଆରମ୍ଭ ହୋଇଛି । ଏବେ ୩ ରଥର ୪୨ଟି ଚକ ମଧ୍ୟରୁ ୩୫ଟି ଚକ ନିର୍ମାଣ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ।ବାକି ଚକର ତୁମ୍ବ ନିର୍ମାଣ ସରିଥିବା ବେଳେ ସେଥିରେ ପଇ, ଅର ଲଗାଇବା କାର୍ଯ୍ୟ ଚାଲିଛି । ୩ରଥର ଅଖ ଏବଂ ଦଣ୍ଡା ନିର୍ମାଣ କାର୍ଯ୍ୟ ଜାରି ରହିଛି । ରୂପକାର ସେବାୟତଙ୍କ ଦ୍ବାରା ରଥରେ ଖୋଦେଇ କାର୍ଯ୍ୟ କରାଯାଇ ନୃସିଂହ ମୂର୍ତ୍ତି ନିର୍ମାଣ କରାଯାଉଛି । ଆସନ୍ତା ପରମ୍ପରା ଅନୁସାରେ ଶୀତଳ ଷଷ୍ଠୀ ପୂର୍ବରୁ ସମସ୍ତ ୪୨ଟି ଚକ ନିର୍ମାଣ ଶେଷ କରିବାକୁ ଚେଷ୍ଟା ଚଳାଇଛନ୍ତି ମହାରଣା ସେବାୟତମାନେ ।

   Related Posts