Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ପୁଣି ବଡ ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ: ୨୩ ତାରିଖରେ ଖୋଲିବ ଶ୍ରୀମନ୍ଦିର

18/12/2020 at 12:26 PM

ପୁରୀ୧୮/୧୨: ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାରର ସଦସ୍ୟଙ୍କୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଏହି ସୁଯୋଗ ପରେ ପରେ ୱାର୍ଡ ଅନୁଯାୟୀ ଟୋକନ ମାଧ୍ୟମରେ ପୁରୀ ପୌରାଞ୍ଚଳବାସୀଙ୍କୁ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି। ଏହି ସମୟରେ ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ ନାହଁ। ଜାନୁଆରୀ ୩ ତାରିଖରୁ ପୁରୀ ଶ୍ରମନ୍ଦିର ସମେତ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି। ୩ ତାରିଖଠାରୁ ଦର୍ଶନ ବ୍ୟବସ୍ଥା ପାଇଁ କୋଭିଡ ନେଗେଟିଭ୍‌ ରିପୋର୍ଟର ଆବଶ୍ୟକ ରହିଛି। ଶ୍ରୀମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା ଦେଇଛନ୍ତି।

ଦୀର୍ଘ ୯ ମାସ ହେବ ମହାପ୍ରଭୁ ଜଗନ୍ନାଥଙ୍କ ବିନା ଦର୍ଶନରେ ଭକ୍ତ ବଡ ଦାଣ୍ଡରୁ ଫେରି ଯାଉଥିଲେ। ସତେ ଯେପରି ଭକ୍ତ ଓ ଭଗବାନଙ୍କ ମଝିରେ କରୋନା ପାଚେରୀ ହୋଇ ଛିଡା ହୋଇଥିଲା। ପୁରୀ ଶ୍ରୀମନ୍ଦିର ଖୋଲିବା ଖବର ଆସିବା ପରେ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। କରୋନା କଟକଣା ସମୟରେ ଦେଶବିଦେଶରୁ ଆସିଥିବା ହଜାର ହଜାର ଭକ୍ତ ଜଗାଙ୍କୁ ଦର୍ଶନ ନ କରି ଆଖି ଛଳଛଳ କରି ଫେରିଯିବାର ଦୃଶ୍ୟ ମଧ୍ୟ ନଜୀର ରହିଛି। ଗତକିଛି ଦିନ ତଳେ ବିଦେଶୀ ଦମ୍ପତି ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ ଦାଣ୍ଡରେ ତଳେ ବସି ମହାପ୍ରସାଦ ସେବନ କରି ଫେରି ଯାଇଥିଲେ। ପୁଣି ବଡ଼ ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ।

   Related Posts