ଖୋଲିପାରେ ଶ୍ରୀମନ୍ଦିର: ଶୁକ୍ରବାର ବସିବ ବୈଠକ, ବାହାରିପାରେ ନିଷ୍କର୍ସ

Published By : Prameya-News7 Bureau | January 27, 2022 IST

ପୁରୀ ୨୭/୦୧: ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆସନ୍ତାକାଲି ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ସେବାୟତ ନିଯୋଗର ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ସୂଚନା ଥାଉକି, କୋଭିଡ ତୃତୀୟ ଲହର ତଥା ଓମିକ୍ରନକୁ ଦୃଷ୍ଟିରେ ରଖି ଜାନୁୟାରୀ ଶେଷ ଯାଏଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । କେବଳ ବାହାରେ ପରିତପାବନ ଦର୍ଶନ କରିବାକୁ ଅନୁମତି ଥିଲା । ଏବେ ଖୁବଶୀଘ୍ର ମନ୍ଦିର ଖୋଲିବା ନେଇ ବିଚାର ବିମର୍ଷ ଚାଲିଛି । ଯାହା ଅନୁମାନ କରାଯାଉଛି, ଯଦି ମନ୍ଦିର ଖୋଲେ ତେବେ କୋଭିଡ ପ୍ରୋଟକଲ ଅନୁସାରେ ତଥା କଟକଣା କଡକାଡି ପାଳV କରିବାକୁ ନିର୍ଦ୍ଦେଶ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.