ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରେ ଚା’ ବାଣ୍ଟିଲେ ପୁରୀର ଚା’ ବିକାଳୀ ଅକ୍ଷୟ ଜୟ ସିଂ
17/09/2018 at 5:33 PM

ପୁରୀ ୧୭/୯ : ଚା’ ଦୋକାନିରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୬୮ତମ ଜନ୍ମଦିବସର ଶୁଭେଛା ଜଣାଇଛନ୍ତି ଅକ୍ଷୟ ଜୟ ସିଂ। ଆଜି ସକାଳୁ ନିଜ ଚା’ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ କେକ କାଟିବା ସହ ପ୍ରାୟ ୩୦୦୦ରୁ ଅଧିକ ଚା ସମସ୍ତଙ୍କୁ ବାଣ୍ଟିଥିଲେ ଅକ୍ଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁରୀ ଗସ୍ତ ସମୟରେ ମଧ୍ୟ ଟାଉନ ହଲ ଛକରେ ଚା’ ଦୋକାନ କରିଥିବା ଅକ୍ଷୟ ପ୍ରାୟ ୨୦୦୦ କପ୍ ଚା’ ବାଣ୍ଟିଥିଲେ। ଆଜି ନିଜ ଚା’ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ବ୍ୟାନର ସହ କେକ କାଟି ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ବିଜେପି କର୍ମୀ ସମସ୍ତେ ମୋଦୀ ପ୍ରେମୀ ଅକ୍ଷୟ ଜୟ ସିଂଙ୍କ ଏଭଳି କାର୍ଯ୍ୟକୁ ବେଶ୍ ପ୍ରଶସାଂ କରିଛନ୍ତି।