ପୁରୀ୨|୧୧: ପୁରୀ ସ୍ବର୍ଗଦ୍ବାରର ନବକଳେବର ଘୋଷଣା ପରେ ଏହାକୁ ସ୍ବାଗତ କରିଛନ୍ତି ପୁରୀ ବାସିନ୍ଦା । ସ୍ବର୍ଗଦ୍ବାରର ସଂପ୍ରସାରଣ ସହ ଏହାକୁ ଅବରୋଧ ମୁକ୍ତ କରିବା ଓ ଏହାକୁ ଏକ ହାଇଟେକ୍ ଶ୍ମଶାନରେ ପରିଣତ କରିବାକୁ ଲୋକେ ଦାବି ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କା ସ୍ବର୍ଗଦ୍ବାରର ବିକାଶରେ ଖର୍ଚ୍ଚ କରିବା ସହ ବିଜୁ ବାବୁଙ୍କ ସମାଧିକୁ ସ୍ଥାନାନ୍ତର କରିବା ଘୋଷଣାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।….
{"id":178214}ସ୍ବର୍ଗଦ୍ବାରର ହେବ ନବକଳେବର ।ଏଥିପାଇଁ ସ୍ବର୍ଗଦ୍ବାରର ସଂପ୍ରସାରଣ ଆବଶ୍ୟକ ରହିଛି । ତେଣୁ ବିଜୁବାବୁଙ୍କ ସମାଧିକୁ ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ୫ କୋଟି ଟଙ୍କା ବିନିମୟରେ ସ୍ବର୍ଗଦ୍ବାରରେ ମୌଳିକ ସୁବିଧା ଯୋଗାଇ ଦିଆଯିବ । ଏଠାରେ ଉନ୍ନତମାନର ଶୌଚାଳୟ, ପ୍ରତିକ୍ଷାଘର , ପାର୍କିଂ, ସିସିଟିଭି ଲାଗିବା ସହ, ଅସ୍ଥି ରଖିବା ସ୍ଥାନ ଆଦି ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ମହାପ୍ରସ୍ଥାନମ୍ ଢାଞ୍ଚାରେ ସ୍ବର୍ଗଦ୍ବାର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ବିଜୁବାବୁଙ୍କ ଭଳି ଜାତୀୟସ୍ତରର ନେତାଙ୍କ ସମାଧିକୁ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ପାର୍କ ମଧ୍ୟରେ ସ୍ଥାପନ କରିବାକୁ ମଧ୍ୟ ବିଭିନ୍ନ ସ୍ତରରେ ପ୍ରସ୍ତାବ ଦିଆଯାଇଛି।
{"id":178215}ଜନସାଧାରଣଙ୍କ ବ୍ୟବହାରରେ ସ୍ବର୍ଗଦ୍ବାରକୁ ଉତ୍ସର୍ଗ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।
{"id":178216}ସ୍ବର୍ଗଦ୍ବାରର ୧୬ ଏକର ୪ଶହ ଡେସିମିଲ୍ ଯାଗାରୁ ସବୁ ଜବରଦଖଲ ଥିବାବେଳେ ମାତ୍ର ୪୬୪ ଡେସିମିଲ୍ ସ୍ଥାନ ସ୍ବର୍ଗଦ୍ବାର ପାଇଁ ରହିଛି । ସ୍ବର୍ଗଦ୍ବାର ଜମିରୁ ଏପର୍ଯ୍ୟନ୍ତ କାହିଁକି ଜବର ଦଖଲ ଉଚ୍ଚେଦ ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଯାହାର ଜବାବରେ ବିଜେଡି କହିଛି ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ବାର୍ଥପାଇଁ ସବୁ ବେଳେ ଚେଷ୍ଟିତ । ସ୍ବର୍ଗଦ୍ବାରରୁ ଜବରଦଖଲ ଉଚ୍ଛେଦ ପାଇଁ ସରକାର ଚେଷ୍ଟା ଚଳାଇଛନ୍ତି ।ଏହା ଖୁବ୍ ଶିଘ୍ର କାର୍ଯ୍ୟକାରୀ ହେବ ।
{"id":178217}ପୁରୀ ସ୍ବର୍ଗଦ୍ବାର ସାଢେ ଚାରିକୋଟି ଓଡିଆଙ୍କ ସହ ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ। ଡେରିରେ ହେଲେ ବି ସରକାର ପଦକ୍ଷେପ ନେଇଥିବାରୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି । ତେବେ ଏହାର କାର୍ଯ୍ୟକାରିତା ସଫଳ ରୂପାୟନ ଉପରେ ଏବେ ସମସ୍ତଙ୍କ ରହିଛି ନଜର ।