ଛ ମାସ ଭିତରେ ଶେଷ ହେବ ସ୍ୱର୍ଗଦ୍ୱାର ନବକଳେବର କାର୍ଯ୍ୟ

Published By : Prameya-News7 Bureau | November 04, 2019 IST

ପୁରୀ ୦୪।୧୧ - ୬ମାସ ଭିତରେ ପୁରୀ ସ୍ୱର୍ଗଦ୍ୱାର ନବକଳେବର କାମ ସାରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟ ଭିତରେ ସ୍ୱର୍ଗଦ୍ୱାର ଚାରିପାଖରୁ ଜବରଦଖଲ ଉଚ୍ଛେଦ, ସ୍ୱର୍ଗଦ୍ୱାର ରେକର୍ଡ଼ରେ ଥିବା ୧୬ ଏକର ୪୦୦ ଡିସିମିଲ୍ ଜମି ଅଧିଗ୍ରହଣ ଏବଂ ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାମ ଜିଲ୍ଲା ପ୍ରଶାସନ ପାଇଁ ଏକ ପ୍ରକାର ଚ୍ୟାଲେଂଜ୍ ସୃଷ୍ଟି କରିଛି ।

{"id":179182}

ଅଢ଼େଇ ହଜାର ବର୍ଷ ପୂର୍ବେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ସମୁଦ୍ରକୂଳରେ ପ୍ରତିଷ୍ଠା କରିଥିଲେ ଆସ୍ଥା ଓ ବିଶ୍ବାସର ପୀଠ ପୁରୀ ସ୍ୱର୍ଗଦ୍ୱାର ।  ପ୍ରତିଷ୍ଠା ସମୟରେ ମଠର ମୂଳ ରେକର୍ଡ଼ ମୁତାବକ ସ୍ୱର୍ଗଦ୍ୱାର ପାଇଁ ଥିଲା ୩୩ ଏକରରୁ ଅଧିକ ଜମି। ତେବେ ୧୮୯୯ ବେଳକୁ ଏହା ୧୬ ଏକର ୪୦୦ ଡ଼ିସିମିଲିକୁ ହ୍ରାସ ପାଇଥିଲା । ବାଲି ସାହି ମଉଜା ସାବକ ଖାତା ୩୩, ପ୍ଲଟ ନଂ ୮୫୩ରେ ମଠର ଏହା ଥିଲା ଅମୃତ ମଣୋହୀ ଜମି ।

{"id":179183}

ଜମିର ମାଲିକ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବିଜେ ପୁରୀ ମାର୍ଫତ୍ ଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ।  ଆଉ ତତ୍ତ୍ବାବଧାରକ ଥିଲେ ଶଙ୍କରାଚାର୍ଯ୍ୟ ମଠ ।  ପରବର୍ତ୍ତି ସମୟରେ ଅର୍ଥାତ୍ ୧୯୮୪ ମସିହାରେ ଏହା ଚାଲିଆସିଲା ରାଜସ୍ବ ବିଭାଗ ହାତକୁ । ଆଉ ଧୀରେ ଧୀରେ ସ୍ୱର୍ଗଦ୍ୱାର ସମ୍ପତ୍ତି ହ୍ରାସ ପାଇବାରେ ଲାଗିଲା । ୧୯୮୪ ମସିହାରେ ସ୍ୱର୍ଗଦ୍ୱାର ପରିଚାଳନା ଦାୟିତ୍ବ ପୁରୀ ପୌରସଂସ୍ଥା ହାତକୁ ଗଲା । ପୁରୀ ତହସିଲଦାର ସ୍ୱର୍ଗଦ୍ୱାର ପାଇଁ ପୌରସଂସ୍ଥାକୁ ୧୯୮୫ ରୁ ୧୯୮୭ ମସିହା ମଧ୍ୟରେ ପ୍ରଦାନ କରିଲେ ମାତ୍ର ୧ ଏକର ସମ୍ପତ୍ତି । ଯାହାକି ୧୯୮୯ ହାଲ ରେକର୍ଡ଼ରେ ଏହି ଜମି ଇଲାକା ସଙ୍କୁଚିତ ହୋଇ ଏବେ ପହଞ୍ଚିଛି ମାତ୍ର ୪୬୪ ଡ଼ିସିମିଲରେ। 

{"id":179184}

୨୦୧୭ ମସିହାରେ ସ୍ୱର୍ଗଦ୍ୱାର ସଙ୍କୁଚିତ ସମସ୍ୟା ପ୍ରସଙ୍ଗ ଉଠାଇଥିଲା ନ୍ୟୁଜ୍ 7 । ଲଗାତର ଖବର ପ୍ରସାରଣ କରିବା ପରେ ଆକ୍ସନମୁଡ଼କୁ ଆସିଥିଲା ଜିଲ୍ଲା ପ୍ରଶାସନ । ସ୍ୱର୍ଗଦ୍ୱାର ଚାରିପାଖରେ ଗଢ଼ି ଉଠିଥିବା ୩୦୦ ବ୍ୟବସାୟିକ ଅନୁଷ୍ଠାନକୁ ନୋଟିସ କରାଯାଇଥିଲା । ହେଲେ ଏହା ପରେ ସବୁକିଛି ଚପିଯାଇଥିଲା ନାଲି ଫିତା ତଳେ । 

{"id":179185}

ଏବେ କିନ୍ତୁ ରାଜ୍ୟ ସରକାର ପୁରୀ ସ୍ୱର୍ଗଦ୍ୱାରର ନବକଳେବର ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

{"id":179186}


ତେବେ ସ୍ୱର୍ଗଦ୍ୱାରର ନବକଳେବର ପାଇଁ ତା’ର ଚାରିପାଖର ଜବରଦଖଲ ଉଚ୍ଛେଦ କରାଯିବ କି ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.