ପୁରୀ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟ୍‌ଡାଉନ୍, ଦୁଇ କର୍ମଚାରୀ କରୋନା ପଜିଟିଭ୍

Published By : Prameya-News7 Bureau | August 07, 2020 IST

ପୁରୀ ୭।୮: ପୁରୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଦୁଇଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ଆଶଙ୍କାରେ ଆଜିଠାରୁ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟ୍ଡ଼ାଉନ୍ ଘୋଷଣା କରାଯାଇଛି ।

ଜଣେ କର୍ମଚାରୀଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ବ୍ୟାଙ୍କରେ ଅନ୍ୟ କର୍ମଚାରୀମାନେ ଓ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଗ୍ରାହକମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଆବଶ୍ୟକ ହେଲେ କିଛି କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ଯିବା ପାଇଁ କୁହାଯିବାର ସମ୍ଭାବନା ରହିଛି ।

ତେବେ ମୁଖ୍ୟ ଶାଖା ବନ୍ଦ ହୋଇଯିବାରୁ ଏବଂ ଆସନ୍ତା ୨ ଦିନ ଧରି ବ୍ୟାଙ୍କ (ଶନିବାର, ରବିବାର ସାପ୍ତାହିକ ବନ୍ଦ) ବନ୍ଦ ଥିବାରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.