Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

୯ ମାସ ପରେ ମହାପ୍ରଭୁଙ୍କ ଦର୍ଶନ : ଖୋଲିଲା ଶ୍ରୀମନ୍ଦିର, ଶ୍ରୀଜିଉଙ୍କୁ ଦର୍ଶନ କଲେ ସେବାୟତ ପରିବାର

23/12/2020 at 7:55 AM

ପୁରୀ ୨୩।୧୨ : ଅପେକ୍ଷା ଅନ୍ତ । ଦୀର୍ଘ ୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର । ଆରମ୍ଭ ହେଲା ଭକ୍ତ-ଭଗବାନଙ୍କ ମିଳନ । ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ପ୍ରଥମ ୩ଦିନ ସେବାୟତ ଓ ସେମାନଙ୍କ ପରିବାର ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ଅଣ ସେବାୟତଙ୍କୁ ଚିହ୍ନଟ ପାଇଁ ଜେଟିପି ଓ ପୋଲିସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଯୋଗାଇଦିଆଯାଇଥିବା ସ୍ବାସ୍ଥ୍ୟ ଓ ଅନ୍ୟ କୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ଯେ କୌଣସି ଦ୍ବାର ଦେଇ ପ୍ରବେଶ କରିପାରିବେ ସେବାୟତ ଓ ସେମାନଙ୍କ ପରିବାର ବର୍ଗ ।

ଆଜି ସକାଳ ସାଢ଼େ ୭ଟାରୁ ମହାପ୍ରଭୁଙ୍କ ପହୁଡ଼ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ସେବାୟତ ଓ ତାଙ୍କ ପରିବାର । ସେହିପରି ୨୬ରୁ ୩୧ ପୁରୀ ସହରବାସୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ମିଳିବ ଅନୁମତି । ତେବେ ସାଧାରଣ ଭକ୍ତଙ୍କୁ କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ସେହିଭଳି ୨୬ତାରିଖରୁ ପୁରୀରେ ଓ୍ବାର୍ଡ ଓ୍ବାରୀ ଦର୍ଶନ ବ୍ୟବସ୍ଥା ହୋଇଛି । ପ୍ରଥମ ଦିନରେ ୭ଟି ଓ୍ବାର୍ଡ଼ର ଲୋକେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ସେହିଭଳି ଆଉ ୫ଟି ପର୍ଯ୍ୟାୟରେ ୩୧ତାରିଖ ପର୍ଯ୍ୟନ୍ତ ଅନ୍ୟ ଓ୍ବାର୍ଡ଼ର ଲୋକଙ୍କୁ ମିଳିବ ଦର୍ଶନ ସୁଯୋଗ । ପ୍ରଥମ ସିଫ୍ଟରେ ଦର୍ଶନ ସକାଳ ୭ଟା ୩୦ମିନିଟ୍ ରୁ ୧୧ଟା ୩୦ମିନିଟ୍ ଏବଂ ଦ୍ବିତୀୟ ସିଫ୍ଟରେ ଦିନ ୧୨ଟାରୁ ୪ଟା ଓ ତୃତୀୟ ସିଫ୍ଟ ୪ଟା ୩୦ରୁ ରାତ୍ର ପହଡ଼ ପର୍ଯ୍ୟନ୍ତ ଚାଲିବ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ବାରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।

   Related Posts