ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି

Published By : Prameya-News7 Bureau | July 05, 2018 IST

ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟରେ ଆଜି ଶୁଣାଣି । ଜଷ୍ଟିସ ଆଦର୍ଶ ଗୋଏଲ ଏବଂ ଜଷ୍ଟିସ ଅବଦୁଲ ନଜିରଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କଣ ନିର୍ଦ୍ଦେଶନାମା ଦେଉଛନ୍ତି ତାକୁ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଉତ୍ସୁକତା । ଶ୍ରୀମନ୍ଦିର ପରିଚାଳନାଗତ ବିଭ୍ରାଟ, ଭକ୍ତଙ୍କ ଶୋଷଣ,ଦାନ ଦକ୍ଷିଣାର ସଦୂପଯୋଗ ଆଦି ପ୍ରସଙ୍ଗ ରେ ଆଇନଜୀବୀ ମୃଣାଳିନୀ ପାଢୀଙ୍କ ଦ୍ୱାରା ଦାୟର କରିଥିବା ପିଆଇଏଲ୍ ର ଶୁଣାଣି ଗତ ମାସ ୮ ତାରିଖରେ ହୋଇଥିଲା । ସେହି ଶୁଣାଣି ରେ ସୁପ୍ରିମକୋର୍ଟ ଦାନ ଦକ୍ଷିଣା ନେଇ ନିର୍ଦ୍ଦେଶ ରଖିଥିଲେ । ଶ୍ରୀଜଗନ୍ନାଥଙ୍କ ନାମରେ କୌଣସି ଦାନ ଦକ୍ଷିଣାକୁ ସେବାୟତ ସିଧାସଳଖ ଗ୍ରହଣ କରିପାରିବେ ନାହି ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ ।ଶ୍ରୀମନ୍ଦିରରେ ଭକ୍ତ ସମ୍ମୁଖୀନ ହେଉଥିବା ସମସ୍ୟା ଓଏ ସୁପରିଚାଳନାରେ ବ୍ୟତିକ୍ରମ ଓ ଅନ୍ୟାନ୍ୟା ପ୍ରସଙ୍ଗରେ ଜୁନ୍ ୩୦ ସୁଦ୍ଧା ଅନ୍ତରୀଣ ରିପୋର୍ଟ ଦେବାକୁ ପୁରୀ ଜିଲ୍ଲା ଜଜ୍ ଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ବି ଦେଇଥିଲେ । କିନ୍ତୁ ରଥ ଯାତ୍ରା ପ୍ରସ୍ତୁତି କାରଣରୁ ସରକାରଙ୍କ ଗଠିତ ଅନ୍ତରୀଣ କମିଟି ନିର୍ଦ୍ଦାରିତ ସମୟରେ ଅଅନ୍ତରୀଣ ରିପୋର୍ଟ ଦାଖଲ କରିନଥିବା ଜଣାଯାଇଛଇ । ସେପଟେ କିଛି ସେବାୟତ ମଧ୍ୟ ଏହି ମାମଲାରେପକ୍ଷଭୁକ୍ତ ହେବାକୁ ଆବେଦନ କରିଛନ୍ତି । ବରିଷ୍ଠ ଆଇନଜୀବୀ ଗୋପାଲ ସୁବ୍ରମଣିୟମଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟ ଆମିକସକ୍ୟୁରି ନିଯୁକ୍ତ କରିଛନ୍ତି । ଏହି ପରି ପ୍ରେକ୍ଷୀରେ ଆଜିର ଶୁଣାଣିର ଗୁରୁତ୍ବ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.