Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଛତିଶା ନିଯୋଗ ବୈଠକ ବର୍ଜନ କଲେ ସେବାୟତ

30/04/2019 at 3:14 PM

ପୁରୀ ୩୦|୪: ହୋଇପାରିଲା ନାହିଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନର ସେବାୟତଙ୍କୁ ସୀମିତ କରିବା ସତ୍ୟପାଠକୁ ବିରୋଧ କରି ବୈଠକକୁ ବର୍ଜନ କରିଛନ୍ତି ସେବାୟତ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କୌଣସି ଗୋଟିଏ ବି ନିଯୋଗ କିମ୍ବା ସେବାୟତ ଯୋଗ ଦେଇନଥିଲେ ।

ତେବେ ଶ୍ରୀମନ୍ଦିର ପ୍ରଶାସନ ଏଭଳି କୌଣସି ସତ୍ୟପାଠ କରିନଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ସୁପ୍ରିମକୋର୍ଟରେ ତତକାଳୀନ ରାଜ୍ୟପାଳ ବି. ଡ଼ି ଶର୍ମାଙ୍କ ଏକ ରିପୋର୍ଟକୁ କେବଳ ସତ୍ୟପାଠରେ ସଲଗ୍ନ କରାଯାଇଛି । ସେବାୟତଙ୍କ ସଂଖ୍ୟାକୁ ସୀମିତ କରିବା ପାଇଁ କୌଣସି ସତ୍ୟପାଠ ଦିଆଯାଇନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ପ୍ରଶାସକ କିମ୍ବା ଜିଲ୍ଲା ଜଜ୍ ଙ୍କ ପରାମର୍ଶ କ୍ରମେ ସେବାୟତଙ୍କ ସଂଖ୍ୟା କଣ ହେବା ଉଚିତ୍ ତାହା ନିର୍ଣ୍ଣୟ କରାଯିବ । କିଛି ଗଣମାଧ୍ୟମରେ ସମୁଦାୟ ସେବାୟତଙ୍କ ୩୬ କରିବା ପାଇଁ ଶ୍ରମନ୍ଦିର ପ୍ରଶାସନ ସତ୍ୟପାଠ କରିଥିବା ପ୍ରକାଶ ପାଇବା ପରେ ସେବାୟତମାନେ  ଆଜିର ବୈଠକକୁ ବର୍ଜନ କରିଥିଲେ । ତେବେ ବୈଠକ ହୋଇନଥିଲେ ମଧ୍ୟ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ପାଳନରେ କୌଣସି ସମସ୍ୟା ହେବ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

   Related Posts