Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚାରିପଟରୁ ଉଚ୍ଛେଦ ପରେ ଏବେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ହୋଇ ଉଠିଛି ମନଲୋଭା, ଆତ୍ମହରା ହୋଇ ଉଠୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ…

ପୁରୀ୧୧|୯: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଛେଦ କାର୍ଯ୍ୟ ପରେ ଏବେ ଶ୍ରୀମନ୍ଦିର ଓ ମେଘନାଦ ପାଚେରୀ ସଂପୁର୍ଣ୍ଣ ଦୃଶ୍ୟମାନ। ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସମ୍ମୁଖସ୍ଥ ଖୋଲା ଆକାଶ ତଳେ ବସି ଏହି ମନଲୋଭା ଦୃଶ୍ୟ ଉପଭୋଗ କରୁଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁ ମେଘନାଦ ପାଚେରୀ ପରିକ୍ରମା କରିବା ସହ ଶ୍ରୀମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ନେଇ ବେଶ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଥମେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ବ ଉଛେଦ ହେଲା। ପରେ ପରେ ଶ୍ରୀମନ୍ଦିର ପାଖ ଆଖ ପୁରାତନ ଅସୁରକ୍ଷିତ କୋଠାବାଡ଼ିର ଉଛେଦ। ଏସବୁ ପରେ ଏବେ ଶ୍ରୀମନ୍ଦିରର ସଂପୁର୍ଣ୍ଣ ରୂପ ଦେଖାଯାଉଛି ବଡ଼ଦାଣ୍ତରୁ। ଚାରିପଟେ ଥିବା ଜବରଦଖଲ ଭାଙ୍ଗି ଦିଆଯିବା ପରେ ଶ୍ରୀମନ୍ଦିରର ପୁରୁଣା ଶ୍ରୀ ଫେରି ଆସିଛି। ଶ୍ରୀମନ୍ଦିର ସହ ମେଘନାଦ ପାଚେରୀକୁ ସଂପୁର୍ଣ୍ଣ ଦେଖିପାରୁଛନ୍ତି ଭକ୍ତ। ବିଶେଷ କରି ଏମାର ମଠ ଥିବା ସ୍ଥାନ ଉଛେଦ ହେବା ପରେ ସେହି ପ୍ରଶସ୍ତ ସ୍ଥାନ ଏବେ ଭକ୍ତଙ୍କ ବସିବା ସ୍ଥାନ ଭାବେ ବ୍ୟବହାର ହେଉଛି। ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିରର ଏହି ମନଲୋଭା ଶୋଭା ଦେଖି ଆତ୍ମହରା ହେଉଛନ୍ତି।

ଏମାର, ଲଙ୍ଗୁଳି ଓ ବଡ଼ଆଖଡ଼ା ମଠ ଉଛେଦ ପରେ ବଡ଼ଦାଣ୍ତ ଓ ସିଂହଦ୍ବାର ଅଂଚଳର ପ୍ରାୟ ୪ ଏକର ସ୍ଥାନ ଖାଲି ହୋଇଯାଇଛି। ଆଗକୁ ୭୫ ମିଟର ଭଙ୍ଗାଯିବା ଯୋଜନା ଥିବାରୁ ଆହୁରି ବହୁ ବଡ଼ ଅଞ୍ଚଳ ଖାଲି ହୋଇଯିବ। ଏହି ଉଛେଦ ପରେ ପ୍ରାୟ ୧୭ ଫୁଟର ପୁଣି ଏକ ପ୍ରଶସ୍ତ ରାସ୍ତା ମଧ୍ୟ ନିର୍ମାଣ ହେବ। ଏହାପରେ ମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ କାମ କରାଯିବାର ଯୋଜନା ମଧ୍ୟ ରହିଛି। ଏହି ସବୁ ସୌନ୍ଦର୍ଯ୍ୟକରଣ କାମ ଓ ଉଛେଦ ପରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଭକ୍ତମାନେ ନୃତ୍ୟ ସଂଗୀତ ପରିବେଶଣ କରି ନିଜକୁ ଧନ୍ୟ ମନେକରୁଛନ୍ତି।

ଶ୍ରୀମନ୍ଦିରର ଏଭଳି ସୌନ୍ଦର୍ଯ୍ୟ ଏବେ ଭକ୍ତଙ୍କ ପାଇଁ ସବୁଠାରୁ ଆକର୍ଷଣୀୟ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତମାନେ ସରକାରଙ୍କ ଏହି ଉଦ୍ୟମର ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି।

1003 Views

   ସମ୍ବନ୍ଧିତ ଖବର