ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ; ୫ ଘଣ୍ଟା ନୀତି ବନ୍ଦ
27/12/2018 at 10:36 AM

ପୁରୀ ୨୭|୧୨: ଶ୍ରୀମନ୍ଦିରରେ ନୀତି ବିଭ୍ରାଟ । ୫ ଘଣ୍ଟା ଧରି ବନ୍ଦ ରହିଥିଲା ମହାପ୍ରଭୁଙ୍କ ନୀତି । ନୀତି ବନ୍ଦ ପରେ ଅବକାଶ ନୀତି ହେଲା । ଦୁଆର ଫିଟା, ମଙ୍ଗଳ ଆଳତି, ମଇଲମ, ତଡପ ଲାଗି ପରେ ନୀତି ବନ୍ଦ ହୋଇ ଯାଇଥିଲା । ପାଳିଆ ପୁରସ୍କାରକୁ ନେଇ ସେବାୟତଙ୍କ ଭିତରେ ଅସନ୍ତୋଷ ବଢୁଥିବାରୁ ଏପରି ସ୍ଥିତି ଉପୁଜିଛି । ଏବେ ଶ୍ରୀମନ୍ଦିରରେ ପହିଲି ଭୋଗ ଚାଲିଥିବା ବେଳେ ନୀତି ବିଳମ୍ବ ଯୋଗୁଁ ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇବାରେ ବିଳମ୍ବ ହେବ । ଆଗକୁ ନୂଆ ବର୍ଷ, ସେଥିପାଇଁ ନିର୍ଦ୍ଧିଷ୍ଟ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏପଟେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ବଢିବାରେ ଲାଗିଛି । ଏପରି ସ୍ଥିତିରେ ନୀତି ବିଭ୍ରାଟ ଯୋଗୁଁ ଅଡୁଆ ସ୍ଥିତି ଉପୁଜିବାର ଆଶଙ୍କା ରହିଛି ।
Related Posts
ଚଳନ୍ତା କାର୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
26 January 2021