ଶ୍ରୀମନ୍ଦିର ମରାମତି ଯୁଦ୍ଧକାଳୀନଭିତ୍ତିରେ କରାଯିବ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | May 19, 2019 IST

ପୁରୀ ୧୯|୫: ବାତ୍ୟା ଫୋନି ପ୍ରଭାବରେ ଶ୍ରୀମନ୍ଦିର ପରିସରରେ କଳ୍ପବଟ ବୃକ୍ଷ ସମେତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଭାରତୀୟ ପ୍ରତ୍ନତତ୍ବ ସଂସ୍ଥା (ଏଏସଆଇ) ଶ୍ରୀମନ୍ଦିରରେ ସମ୍ବୋନ୍ଧିତ ଥିବା କାମକୁ ଯୁଦ୍ଧକାଳୀନଭିତ୍ତିରେ ଆରମ୍ଭ କରିଛି । ଏଏସଆଇ ଡିଜି ଖୋଦ୍ ଏଠାକୁ ଆସି ଶ୍ରୀମନ୍ଦିର ପରିଦର୍ଶନ କରି ଯାଇଥିବା ବେଳେ ଯଥାଶୀଘ୍ର ଶ୍ରୀମନ୍ଦିର ମରାମତି କାର୍ଯ୍ୟକୁ ପୂରଣ କରାଯିବ ବୋଲି ସେମାନେ ଆଶ୍ବସ୍ତ କରିଛନ୍ତି ।

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଏଏସ୍ଆଇ ଅଧିକାରୀ ତଥା ବିଭାଗୀୟ ଡିଜିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗତ ୩ ତାରିଖରେ ସାମୁଦ୍ରିକ ଝଡ ବାତ୍ୟା ଫୋନି ପ୍ରଭାବରେ ପୁରୀ ଜିଲ୍ଲାରେ ଅପୂରଣୀୟ କ୍ଷତି ହୋଇଛି । ଧନ ଜୀବନ, ପଶୁ ସମ୍ପଦ, ଗରିବ ଲୋକମାନେ ଏହା ଦ୍ବାରା ବେଶୀ ପ୍ରଭାବିତ ହୋଇଛନ୍ତି । ତେବେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥିବା ବେଳେ ଏ ଅଂଚଳରେ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ପରିଲିକ୍ଷିତ ହୋଇଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପୁରୀରେ ଟେଲିଫୋନ ସେବା, ବିଜୁଳି ସେବା, ପିଇବା ପାଣି ବ୍ୟବସ୍ଥା ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି । ଅନେକ ପୁନଃରୁଦ୍ଧାର କାମ ଏବେ ମଧ୍ୟ ବାକି ରହିଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରଥଯାତ୍ରା ସୁଦ୍ଧା ସମସ୍ତଙ୍କ ପ୍ରଚେଷ୍ଟାରେ ସ୍ବାଭାବିକ ସ୍ଥିତି ଫେରାଇ ଅଣାଯିବ । ଏହା ସମସ୍ତଙ୍କର ଦାୟିତ୍ବ । ତେବେ ସମସ୍ତେ ସେହି କାମରେ ଲାଗିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.