ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ; ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

Published By : Prameya-News7 Bureau | November 26, 2018 IST

ପୁରୀ ୨୬|୧୧:  ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ୮ଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବ । ଏଥିରେ ପୂର୍ବ ବୈଠକର ବିବରଣୀର ଦୃଢୀକରଣ, ସେମ୍ଟେମ୍ବର ୨୭ ପରିଚାଳନା କମିଟି ବୈଠକ ବବିରଣୀ ଅନୁଧ୍ୟାନ, କାର୍ତ୍ତିକ ମାସ ନୀତି ସମୀକ୍ଷା, ଅକ୍ଟୋବର ୩ ହିଂସାକାଣ୍ଡ ଓ ତଦଜନିତ କ୍ଷୟକ୍ଷତିର ଆକଳନ ତଥା ପୁନଃନିର୍ମାଣ, ସୁପ୍ରିମକୋର୍ଟଙ୍କ ଆଦେଶ ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.