Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଶ୍ରୀମନ୍ଦିର ନୀତି ଶୃଙ୍ଖଳିତ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ; ଉଦ୍ଦେଶ୍ୟମୂଳକ ଭାବେ ଶ୍ରୀଜିଉଙ୍କ ନୀତି ବିଳମ୍ବ କଲେ ବହିଷ୍କାର ହେବେ ପାଳିଆ ସେବକ

30/01/2019 at 9:26 AM

ପୁରୀ ୩୦|୧:  ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ରମାଗତ ଭାବେ ୩ ଥରରୁ ଅଧିକ କିମ୍ବା ଉଦ୍ଦେଶ୍ୟ ମୂଳକ ଭାବେ  ପାଳିଆ ସେବକ ମହାପ୍ରଭୁଙ୍କ ନୀତି ବିଳମ୍ବ କଲେ ସେମାନଙ୍କୁ ସେବାରୁ ବ୍ୟାହତ ବା ବହିଷ୍କାର କରାଯିବ । ସେହିପରି ଶ୍ରୀଜିଉଙ୍କ ନୀତିରେ ୧୫ ମିନିଟ୍  ବିଳମ୍ବ ପାଇଁ ୧୫ ପ୍ରତିଶତ ,ଅଧଘଣ୍ଟା ବିଳମ୍ବ ପାଇଁ  ୫୦ପ୍ରତିଶତ ଓ ୧ ଘଣ୍ଟା ବିଳମ୍ବ ପାଇଁ ଗୋଟିଏ ଦିନର ପାଳିଆ ପୁରସ୍କାର କଟାଯିବ । 

ଗତ ଡିସେମ୍ବର ୨୮ରେ ମହାପ୍ରଭୁଙ୍କ ନୀତିରେ ଚରମ ବିଭ୍ରାଟ ଘଟଣାକୁ ଗୁରୁତର ସହ ନେଇଛି ପରିଚାଳନା କମିଟି ।  ସିସିଟିଭି ଫୁଟେଜ୍ ଆଧାରରେ ୩୬ ଜଣଙ୍କୁ ନୋଟିସ୍ ସହ ୧୮ଜଣଙ୍କୁ କୈଫିୟତ  ଓ ଅନ୍ୟ ୧୮ଜଣଙ୍କ ଠାରୁ ମତାମତ ନିଆଯାଇଛି । ନବ କଳେବର ସ୍ମାରକୀ ମୁଦ୍ରାକୁ ନିୟମିତ କରି ଭକ୍ତଙ୍କ ଉଦ୍ଦେଶ୍ୟରେ ବିକ୍ରି ପାଇଁ ନିଷ୍ପତ୍ତି ହୋଇଛି । 

ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତି କିଣା ବିକାକୁ କ୍ରିୟାଶୀଳ କରିବାକୁ ନିଷ୍ପତ୍ତି ହୋଇଛି । ମହାପ୍ରସାଦ ଦର ପ୍ରସଙ୍ଗରେ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ମହାପ୍ରସାଦ ଦର ତାଲିକା ନେଇ ସୁଆର- ମହାସୁଆର ନିଯୋଗର ପ୍ରସ୍ତାବ ଓ ମତାମତ ପରେ ଆସନ୍ତା ପରିଚାଳନା କମିଟି ବୈଠକରେ ଏସଂପର୍କରେ ଆଲୋଚନା  କରାଯିବ ।

   Related Posts