Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଖୋଲିନି ଶ୍ରୀମନ୍ଦିର ; ମହାପ୍ରଭୁଙ୍କ ନୀତିକାନ୍ତି ଠପ୍, ଭକ୍ତ ନିରାଶ

28/12/2018 at 8:33 AM

ସକାଳୁ ଏଯାଏଁ ଖୋଲିନି ଶ୍ରୀମନ୍ଦିର । ଶ୍ରୀମନ୍ଦିର ଭିତର ଦ୍ବାର ଖୋଲିନି । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଠପ୍ । ଶ୍ରୀଜୀଉଙ୍କୁ ଦର୍ଶନ ନକରିପାରି ଭକ୍ତ ନିରାଶ । ନୂଆବର୍ଷ ପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଛି । ଭକ୍ତ କିନ୍ତୁ ଦର୍ଶନ କରିପାରୁନାହାନ୍ତି । ବିଳମ୍ବରେ ସିଂହଦ୍ବାର ଖୋଲାଯାଇଥିଲେ ମଧ୍ୟ ଭିତର ଦୁଆର ବନ୍ଦ ରହିଛି । ପୋଲିସ-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଛି ।

ସେବାୟତଙ୍କୁ ସୁରକ୍ଷା କର୍ମୀଙ୍କ ମାଡ ପ୍ରତିବାଦରେ ନୀତିକାନ୍ତି ବନ୍ଦ ରହିଛି । ସମସ୍ୟାର ସମାଧାନ ପାଇଁ ପହଞ୍ଚିଲେ ଜିଲ୍ଲାପାଳ  । ଗତକାଲି ସନ୍ଧ୍ୟାରେ ବଙ୍ଗାଳି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ନେବାବେଳେ ସେମାନଙ୍କୁ ବିଦେଶୀ ଭକ୍ତ ସନ୍ଦେହ କରି ସୁରକ୍ଷା କର୍ମୀମାନେ ସିଂହ ଦ୍ବାର ନିକଟରେ ଅଟକାଇଥିଲେ । ସେମାନଙ୍କୁ ମନ୍ଦିର ଭିତରକୁ ନେଇ ଯାଉଥିବା ଭବାନୀ ମହାପାତ୍ର ଓ ୨ସୁରକ୍ଷା କର୍ମୀଙ୍କ ମଧ୍ୟରେ ଯୁକ୍ତି ତର୍କ ପରେ ହାତାହାତି ହୋଇଥିଲେ । ୨ ସୁରକ୍ଷା କର୍ମୀ ଜଣେ ସେବାୟତଙ୍କୁ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ହୋଇଛି । ସୁରକ୍ଷାକର୍ମୀଙ୍କ ମାଡରେ ଭବାନୀ ମହାପାତ୍ର ଆହତ ହୋଇଛନ୍ତି । ତାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ଭବାନୀ ମହାପାତ୍ର ଓ ପୋଲିସ  କନେଷ୍ଟବଲ୍  ବିଶ୍ବଜିତ ପରିଜା ଉଭୟ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି । କୋଲକତାରୁ ଆସିଥିବା ସଂପୃକ୍ତ ଏସଏନପାଲ୍ ମଧ୍ୟ ପୋଲିସ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।

   Related Posts