ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ :୫ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ

Published By : Prameya-News7 Bureau | September 06, 2019 IST

ପୁରୀ ୬।୯: ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ପ୍ରତିକ୍ରିୟା ରଖିଛନ୍ତି । ୫ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କଲା ଶ୍ରୀମନ୍ଦିର ପରିଚାଳନା କମିଟି ।

ଶ୍ରୀମନ୍ଦିର ଓ ମଠ ମଧ୍ୟରେ ସମ୍ପର୍କ ପାଇଁ ହେବ 'ମଠ ଉନ୍ନୟନ ଉପ ସମିତି' । ଜଗନ୍ନାଥ ବଲ୍ଲଭଠାରେ ହେବ ପ୍ରମୋଦ ଉଦ୍ୟାନ । ବଡଦାଣ୍ଡରେ ହେବ ଐତିହ୍ୟ କରିଡର । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେବ ସୌନ୍ଦର୍ଯ୍ୟକରଣ । ସେବାୟତ ପରିବାର ପିଲାଙ୍କ ପାଇଁ ଆଦର୍ଶ ଗୁରୁକୁଳ ନିର୍ମାଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.