କୋହଳ ହେଲା କଟକଣା : ରବିବାରକୁ ଛାଡି ଅନ୍ୟଦିନ ଖୋଲା ରହିବ ମନ୍ଦିର, ଦର୍ଶନ ଅବଧି ସକାଳ ୭ରୁ ରାତି ୯ଟା

Published By : Prameya-News7 Bureau | September 08, 2021 IST

ପୁରୀ ୮।୯: ଏଣିକି ଶନିବାର କରିହେବ ଜଗା ଦର୍ଶନ । କେବଳ ରବିବାରକୁ ଛାଡି ଅନ୍ୟଦିନ ଖୋଲା ରହିବ ଶ୍ରୀମନ୍ଦିର । ଜଗା ଦର୍ଶନ ବ୍ୟବସ୍ଥା କୋହଳ ହୋଇଛି । ସପ୍ତାହରେ କେବଳ ରବିବାର ବନ୍ଦ ରହିବ ଶ୍ରୀମନ୍ଦିରରେ ଜଗା ଦର୍ଶନ । ଶ୍ରୀମନ୍ଦିର ବିଶୋଧନ ପାଇଁ ରବିବାର ବନ୍ଦ ରହିବ । ସଟଡାଉନ୍ କଟକଣା ଉଠିଯାଇଥିବାରୁ ଶନିବାରରେ ପୁଣି ଆରମ୍ଭ ହେବ ଦର୍ଶନ । ଦର୍ଶନ ଅବଧି ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଶନି-ରବି ଉଭୟ ଦିନ ବନ୍ଦ ରହୁଥିଲା ଶ୍ରୀମନ୍ଦିର ।

ସେହିପରି ବିଶେଷ ଦିନରେ ଯେମିତିକି ଗଣେଶ ପୂଜା, ବିଶ୍ବକର୍ମା ପୂଜା, ବାମନ ଜନ୍ମ, ଦଶହରା, କୁମାର ପୂର୍ଣ୍ଣିମା ଆଦିରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.