ମହାପ୍ରସାଦ ଦର ନିର୍ଦ୍ଧାରଣ ପ୍ରସଙ୍ଗ : ଆଜି ହେବ ପରୀକ୍ଷାମୂଳକ ଅବଢା ରୋଷେଇ

Published By : Prameya-News7 Bureau | December 04, 2018 IST

ପୁରୀ ୦୪|୧୨: ମହାପ୍ରସାଦ ଦର ନିର୍ଦ୍ଧାରଣ ହେବା ପାଇଁ ହେବାକୁ ଥିବା ମହାପ୍ରସାଦ ରୋଷେଇକୁ ନେଇ ଦେଖାଦେଇଥିବା ବିବାଦ ତୁଟିଛି। ଆଜି ପରୀକ୍ଷାମୂଳକ ରୋଷେଇ ଆରମ୍ଭ ହେବ। ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଓ ସୁଆର-ମହାସୁଆର ନିଯୋଗ ମଧ୍ୟରେ ଅନୁଷ୍ଠିତ ଆପୋଷ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବ ନିଷ୍ପତ୍ତି ମୁତାବକ,କୋଠ ଭୋଗ ରୋଷଶାଳାରେ ଏହି ରୋଷେଇ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଦ୍ରବ୍ୟ ଯୋଗାଇବ। କୋଠ ଭୋଗ ସୁଆର ଏହି ରୋଷେଇ କରିବେ। ରୋଷେଇ କରିବା ପରେ ସମୁଦାୟ ଖର୍ଚ୍ଚକୁ ହିସାବକୁ ନିଆଯାଇ ମହାପ୍ରସାଦର ଦର ଧାର୍ଯ୍ୟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.