ଆଜି ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ପରିଚାଳନା ସଂସ୍କାର ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ମାମଲାର ଶୁଣାଣି

Published By : Prameya-News7 Bureau | October 10, 2018 IST

ନୂଆଦିଲ୍ଲୀ ୧୦|୧୦:  ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିର ପରିଚାଳନା ସଂସ୍କାର ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ମାମଲାର ଶୁଣାଣି ହେବ । ୨ଦିନିଆ ପୁରୀ ଗସ୍ତରେ ଆସି ତଥ୍ୟ ସଂଗ୍ରହ କରିଥିବା ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ରିପୋର୍ଟ ଦାଖଲ କରିବା ସମ୍ଭାବନା ରହିଛି । ଜଷ୍ଟିସ୍‍ ମଦନ ବି. ଲୋକୁର ଏବଂ ଜଷ୍ଟିସ୍‍ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ । ଜିଲ୍ଲା ଜଜ୍‍ଙ୍କ ୧୨ଟି ସୁପାରିଶ କାର୍ଯ୍ୟକାରୀ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କୋର୍ଟଙ୍କୁ ଅବଗତ କରାଇବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସେବକଙ୍କ ବଂଶାନୁକ୍ରମିକ ସେବାସ୍ବତ୍ବ ଉଚ୍ଛେଦ, ସେବକଙ୍କ ଦ୍ବାରା ଦାନଦକ୍ଷିଣା ଆଦାୟ ବନ୍ଦ, ଧାଡିଦର୍ଶନ ବ୍ୟବସ୍ଥା, ସେବକ ଓ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ ସମ୍ପର୍କରେ ଶୁଣାଣି ହେବାର ସମ୍ଭାବନା ରହିଛି । ଶ୍ରୀମନ୍ଦିରରେ ଧାଡିଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଗତ ୩ ତାରିଖ ଦିନ ପୁରୀରେ ହିଂସାକାଣ୍ଡ ଘଟିଥିବାରୁ ଆଜି ଶୁଣାଣିକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.