ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ପୋଢ଼ୁଆଁ ନୀତି

Published By : Prameya-News7 Bureau | December 08, 2020 IST

ପୁରୀ ୦୮/୧୨ : ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ପୋଢ଼ୁଆଁ ହୋଇଛନ୍ତି ମହାପ୍ରଭୁ । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳି ମାଧବ ମନ୍ଦିରରୁ ଆସିଥିବା ଖଣ୍ଡୁଆ ପାଟ, ଅରୁଆ ଚାଉଳ, ବରି, ଶ୍ରୀଫଳ, ଗୁଡ଼ ପାଚିଲା କଦଳୀ ଆଦି ଲାଗି କରାଯାଇଛି । ସେପଟେ ପୁରୀରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପୋଢ଼ୁଆଁମାନେ ସିଂହଦ୍ବାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

{"id":374683,"sizeSlug":"large"}

ଆଜି ପ୍ରଥମାଷ୍ଟମୀ । ଓଡ଼ିଆ ପରମ୍ପରା ଅନୁସାରେ ମାମୁଁ ଘରୁ ଆସିଥିବା ନୂଆ ବସ୍ତ୍ର ପିନ୍ଧି ପୋଢ଼ୁଆଁ ହୁଅନ୍ତି ଘରର ବଡ଼ ପୁଅ-ଝିଅମାନେ । ଏମିତିରେ ମାନବୀୟ ଲିଳାଖେଳା କରୁଥିବା ଜଗତ ଠାକୁରଙ୍କର ଆଜି  ଶ୍ରୀମନ୍ଦିରରେ ମଧ୍ୟ ପୋଢ଼ୁଆଁ ନୀତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ମାମୁଁ ଘର ନିଆଳି ମାଧବ ନ୍ଦିରୁ ଆସିଥିବା ନୂଆ ଖଣ୍ଡୁଆ ପାଟ, ଅରୁଆ ଚାଉଳଳ, ବିରି, ଶ୍ରୀଫଳ ଗୁଡ଼, ପାଚିଲା କଦଳୀ ଆଦି ଲାଗି ହେବା ସହ ଶ୍ରୀଜିଉଙ୍କ ବିଶେଷ ନୀତିକାନ୍ତି କରାଯାଇଥିଲା ।

{"id":374687,"sizeSlug":"large"}

ସେହିଭଳି ପୁରୀରେ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଘରର ପୋଢ଼ୁଆଁମାନେ ସିଂହଦ୍ବାର ସମ୍ମୁଖରେ ପତିତପାବନଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

{"id":374684,"sizeSlug":"large"}

ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ବାରା  ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯାଇଥିଲା । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆ ଲୁଗା ଲାଗି କରାଇଥିଲେ । ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଓ ଘଟୁଆରୀ ସେବକମାନେ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡ଼ରେ ଲାଗି କରାଇଥିଲେ ।

{"id":374686,"sizeSlug":"large"}

ତାପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୁର ଲାଗି କରିଥିଲେ ପୁଷ୍ପାଳକ ସେବାୟତ । ମଧ୍ୟାହ୍ନ ଧୂପ ଉଠିସାରିବା ପରେ ୩ବାଡ଼ରେ ମଙ୍ଗଳାର୍ପଣ ନୀତି ସହ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି କରାଯାଇ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଇଥିଲା ।

{"id":374685,"sizeSlug":"large"}

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତ ମନ ବ୍ୟାକୁଳ ହେଉଥିବା ବେଳେ କେବେ ଏହି କରୋନା କଟକଣା ହଟିବ ଆଉ ସର୍ବସାଧାରଣ ଦର୍ଶନ ପାଇଁ ସୁଯୋଗ ପାଇବେ ତାକୁ ହିଁ ସମସ୍ତଙ୍କର ଅପେକ୍ଷା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.