Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିନାଭକ୍ତରେ ସୁରୁଖୁରୁରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା : ସୁରକ୍ଷାରେ ୭୦ପ୍ଲାଟୁନ୍ ଫୋର୍ସ, ୨୪ ପିସିଆର ଭ୍ୟାନ୍

1/07/2020 at 6:05 PM

ପୁରୀ ୦୧/୦୭ :  ବିନାଭକ୍ତରେ ହେଉ ପଛକେ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ମଧ୍ୟ ଖୁବ୍‌ ସୁନ୍ଦର ଭାବେ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଘୋଷଯାତ୍ରା ସମୟରେ ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଥିଲା ସେଠି ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ ଭକ୍ତଶୂନ୍ୟ ହୋଇପଡ଼ିଥିଲା ବଡ଼ଦାଣ୍ଡ । କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ପାଳନ ହୋଇଥିଲା ସନାତନ ଧର୍ମର ଏହି ମହାନ୍‌ ପରମ୍ପରା । ଚର୍ମଚକ୍ଷୁରେ ନହେଲେ ବି ଟେଲିଭିଜନ ମାଧ୍ୟମରେ ବିଶ୍ବ ନିୟନ୍ତାଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ ବିଶ୍ବବାସୀ ।  ….

ସାରା ସହରରେ ଲାଗିଥିଲା କର୍ଫ୍ୟୁ । ସିଲ୍‌ ହୋଇଥିଲା ପୁରୀର ସମସ୍ତ ପ୍ରବେଶ ପଥ । ଏମିତିକି ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବ୍ୟାରିକେଡ୍‌ କରାଯାଇ ବନ୍ଦ କରାଯାଇଥିଲା । ବଡ଼ଦାଣ୍ଡ ତଥା ସାରା ପୁରୀ ସହରକୁ ଜଗି ରହିଥିଲେ ୪୦୦ ଅଫିସରଙ୍କ ସହ  ୭୦ପ୍ଲାଟୁନ୍‌ ଫୋର୍ସ । ୨ଧାଡ଼ି ହୋଇ  ଏକା ସାଙ୍ଗରେ ସାଇରନ୍‌ ମାରି ବଡ଼ ଦାଣ୍ଡରେ ଗଡ଼ୁଥିଲା ୨୪ଟି ପିସିଆର ଭ୍ୟାନ୍‌ । ଖାଲି ପାଦରେ ରଥ ଟାଣୁଥିଲେ ସେବାୟତ । ଭିଷଣ ଖରାରେ ଯୋଗୁଁ ଭୂଇଁ ତାତି ସେମାନଙ୍କ ଖାଲି ପାଦକୁ କଷ୍ଟ ଦେଇଥିଲା । ତଥାପି ମହାପ୍ରଭୁଙ୍କ କାର୍ଯ୍ୟ କରୁଥିବାରୁ ସେମାନଙ୍କ ମନରେ ଥିଲା ଅସୀମ ଆନନ୍ଦ । ରଥ ଟାଣୁଥିବା ସେବାୟତଙ୍କ କଷ୍ଟ ଲାଘବ ପାଇଁ ବଡ଼ଦାଣ୍ଡରେ ପାଣି ସିଞ୍ଚନ କରୁଥିଲା ଦମକଳ ବାହିନୀ । ପ୍ରାୟ ଦେଢ଼ ଲକ୍ଷ ଲିଟର ପାଣି ସିଞ୍ଚନ ଯୋଗୁଁ ବଡ଼ ଦାଣ୍ଡ​ରେ ସୃଷ୍ଟି ହୋଇଥିଲା କୃତ୍ରିମ ବର୍ଷାର ଭ୍ରମ । ପ୍ରତ୍ୟେକ ରଥର ଦୁଇଶହ ମିଟର ପଛକୁ ଆଉ ୨ଶହ ମିଟର ଆଗକୁ ଅନବରତ ପାଣି ସିଞ୍ଚନ କରାଯାଉଥିଲା ।

ପାଣି ସିଞ୍ଚନ କାର୍ଯ୍ୟରେ ଲାଗିଥିଲେ ୨୦ରୁ ଅଧିକ ଦମକଳ । ଶ୍ରୀଗୁଣ୍ଡିଚା ମନ୍ଦିର ପାଖରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସେବାୟତଙ୍କୁ ନେବା ଆଣିବା କରିବା ପାଇଁ ବ୍ୟାଟେରି ଚାଳିତ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା । ବିନାଭକ୍ତରେ ହେଉ ପଛକେ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ମଧ୍ୟ ଖୁବ୍‌ ସୁନ୍ଦର ଭାବେ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଘୋଷଯାତ୍ରା ସମୟରେ ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଥିଲା ସେଠି ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ ଭକ୍ତଶୂନ୍ୟ ହୋଇପଡ଼ିଥିଲା ବଡ଼ଦାଣ୍ଡ । କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ପାଳନ ହୋଇଥିଲା ସନାତନ ଧର୍ମର ଏହି ମହାନ୍‌ ପରମ୍ପରା । ଚର୍ମଚକ୍ଷୁରେ ନହେଲେ ବି ଟେଲିଭିଜନ ମାଧ୍ୟମରେ ବିଶ୍ବ ନିୟନ୍ତାଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ ବିଶ୍ବବାସୀ ।

   Related Posts